ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ବୋଇତ ବନ୍ଦାଣ ପାଇଁ ଉଠିଲା ଦାବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଖେଇ ଆସୁଛି କାର୍ତ୍ତିକ ପୁନେଇଁ । ଓଡିଆ ପରମ୍ପରାରେ ଏହା ଡଙ୍ଗା ଭସାଇବା ଓ ବୋଇତ ବନ୍ଦାଣର ଦିନ । ଅତୀତର ସାଧବ ପୁଅର ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିଟି ଓଡିଆ ଶ୍ରଦ୍ଧା ଓ ସମ୍ମାନର ସହ ଡଙ୍ଗାକୁ ବନ୍ଦାପନା କରି ବିଭିନ୍ନ ଜଳାଶୟରେ ଭସାଇଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଦେଖିଲେ ଉକ୍ତ ଜଳାଶୟ ଗୁଡିକର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥାଏ । ଡଙ୍ଗା ଭସାଇବା ସମୟରେ ସାଧାରଣତଃ ଲୋକମାନେ ବ୍ୟବହାର କରିଥିବା ଫୁଲ, ଫଳ, ଦୀପ, କଦଳୀ ପଟୁକା ଓ ଥର୍ମୋକୁଲ୍ ଡଙ୍ଗା ଇତ୍ୟାଦି ଗୁଡିକ ଜଳାଶୟ ମଧ୍ୟରେ ପଚି ସଢି ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ । ଯଦ୍ୱାରା ଜଳ ପ୍ରଦୂଷିତ ହେବା ସହ ଜଳ ଜହର ପାଲଟି ଯାଇଥାଏ । ଯାହା ପରିବେଶ ଓ ପ୍ରତିଟି ଜଳଚର ଜୀବ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଜଳ ସଂପଦର ସୁରକ୍ଷା ପାଇଁ ଡଙ୍ଗା ଭସାଇବା ଲାଗି ପ୍ରତି ଅଞ୍ଚଳରେ ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା ସହ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ବୋଇତ ବନ୍ଦାଣ ଉତ୍ସବ ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେଉ ଏବଂ ଥର୍ମୋକୁଲ୍ ଡଙ୍ଗା ବିକ୍ରୀକୁ ନିଷିଦ୍ଧ ଘୋଷଣା କରିବା ଲାଗି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ପରିବେଶକର୍ମୀ ସୁଶାନ୍ତ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ