ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୫ତମ ଶ୍ରାଦ୍ଧ ବାର୍ଷିକୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ବରପୁତ୍ର, ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ, ଆଡଭୋକେଟ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ୪୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ସ୍ୱର୍ଗତ ସାହୁଙ୍କ ପ୍ରତି ମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ୱର୍ଗତ ସାହୁଙ୍କ କେନ୍ଦ୍ରାପଡା ଜିଲ୍ଲାରେ ବହୁମୁଖି କାର୍ଯ୍ୟର ଅବତାରଣା କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ସାହୁ ଜଣେ ସ୍ୱାଭିମାନୀ ରାଜନେତା ଓ ବିଧାନସଭାକୁ ୧୯୪୬, ୧୯୫୨ ଓ ୧୯୫୭ ମସିହାରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ବିଧାୟକ ନିର୍ବାଚିତ ହୋଇ ଓଡିଶା ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆଇନ, ଶିଳ୍ପ, ରାଜସ୍ୱ, ସ୍ୱାସ୍ଥ୍ୟ ଓ କୃଷି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଓକିଲ ସଂଘର ସଭାପତି ଧ୍ରୁବ ଚରଣ ଜେନା ସ୍ୱର୍ଗତ ସାହୁଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରି ପ୍ରାକ୍ ସ୍ୱାଧୀନତା କାଳରେ ସ୍ୱାଧିନତା ସଂଗ୍ରାମୀ ଓ ପ୍ରଜା ଆନ୍ଦୋଳନରେ ପ୍ରଜାମାନଙ୍କ ବିନା ପାରିଶ୍ରମିକରେ ଲଢି ସେମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସେ ଜଣେ ଧୁରୀଣ, ପ୍ରବୀଣ ଆଇନଜ୍ଞ ଓ ଉଚ୍ଚ ନ୍ୟାୟାଳୟରେ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସ୍ମୃତି ସଭାକୁ ଆଇନଜୀବୀ ଧିରେନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାନେତ୍ରୀ ଲିଲିତା ଦାସ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ,ଗୀତାଞ୍ଜଳୀ ସେଠୀ, ଡ. ବାସୁଦେବ ଦାସ, ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂହ, ଚନ୍ଦ୍ରଭାନୁ ବରାଳ, ବିଧୁଭୂଷଣ ମହାପାତ୍ର, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, କାର୍ତ୍ତିକ ନାୟକ, ପ୍ରଦୀପ୍ତ ମହାନ୍ତି, ହିରଣ୍ୟ ପଣ୍ଡା, ଅକମଲ ଅଲ୍ଲୀ, ମୁକ୍ତାର ଖାଁ, ପ୍ରଭାଶିଷ ପଣ୍ଡା, ଯଯାତୀ କେଶରୀ ମହାନ୍ତି, ଶରତ ବେହୁରା, ସେକ ଚନ୍ଦନ,ଗୋଲଖ ପଢିଆରୀ, ବଂଶୀଧର ମହାନ୍ତି, ଅସିତବନ୍ଧୁ ଧଳ, ସିରାଜ ଖାଁ, ମୀର ମୁର୍ଶିଦ, ମହେନ୍ଦ୍ର ମିଶ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ଦାସ ଓ ରଞ୍ଜନ ଦାସ ସହଯୋଗ କରିଥିଲେ । ଶେଷରେ ଯୁବ ସମାଜସେବୀ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।