ସ୍ୱାଗତ ଉତ୍ସବ, କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ଓ ଜ୍ଞନ ବିତରକ ହେବାକୁ ପରାମର୍ଶ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ପ୍ରାଥମିକ ଶିକ୍ଷକ ସଂଗଠନ କରଞ୍ଜିଆ ପକ୍ଷରୁ ପ୍ରାଥମିକ ଶିକ୍ଷକ ଭବନ ଠାରେ ଆଜି ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ସ୍ୱାଗତ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି ପ୍ରେମାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତରୁଲତା ନାଏକ,ସମ୍ମାନିତ ଅତିଥି ଭାବେ ରସମତଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବବିତା ଦାସ ମୁଖ୍ୟ ବକ୍ତା ଠାକୁରମୁଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମିଶ୍ର ଯୋଗଦାନ କରିଥିଲେ।ପ୍ରାରମ୍ଭରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଣ କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ, ଶିକ୍ଷକତାରେ ଅବହେଳା ନକରିବାକୁ, ପରିଶ୍ରମୀ ଓ, ଛାତ୍ର ଛାତ୍ରୀ ମାନଙ୍କୁ ଉପଯୁକ୍ତ ଜ୍ଞାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ସଂଗଠନ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୭ ଜଣ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପ ଗୁଛ ଓ ଉତ୍ତୋରୀୟ ଓ ମିଷ୍ଟାନ୍ନ ଦେଇ ସ୍ୱାଗତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଜଗଦୀଶ ନାଏକ, କରୁଣାକର ନାଏକ, ବିଶ୍ୱଜିତ ଘୋଷ, ସଙ୍କଳନ ସେଠୀ ପରମେଶ୍ବର ମହାନ୍ତ ମନମୋହନ ନାଏକ, ମଙ୍ଗୁଳୁ ପାତ୍ର, ନରୋତ୍ତମ ନାଏକ, ମନମୋହନ ନାଏକ, ଭୀଷ୍ମ କୁମାର ମହାନ୍ତ ପ୍ରମୁଖ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ବୃତ୍ତିକୁ ଆଦରି ନିଜର ଅଭିଜ୍ଞତା, ବିଭିନ୍ନ ପ୍ରକାରର ଉପଦେଶ ଓ ମୂଲ୍ୟବାନ ପରାମର୍ଶ ଦେଇଥିଲେ। କବିତା ପାଠ ଶିକ୍ଷକ ନବ କୁମାର ଦାସ ପଠନ କରିଥିଲେ। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ସେମାନଙ୍କ ଏହି ପେଷାରେ ସେମାନେ କାହିଁକି ଆସିଛନ୍ତି ସେ ବିଷୟରେ ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନୋଜ ମଞ୍ଜରୀ ବିଶ୍ଵାଳ, ସବିତା ମହାନ୍ତ, ଗୀତାଞ୍ଜଳି ସେଠୀ, କବିତା ଖାଟୁଆ, ସ୍ଵର୍ଣ୍ଣ ଲତା ବେହେରା, ଯସପାଲ ସେଠୀ, ଦେବେନ୍ଦ୍ର ଦାସ, ହେମନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.