ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଷ୍ଟ୍ରେଚୋରରେ ବୁହା ହୋଇ ଗଲେ ଗର୍ଭବତୀ ମହିଳା । ସ୍ୱାଭିମାନ ଅଞ୍ଚଳର ବଡପଦର ପଂଚାୟତ ସ୍ଥିତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଶନିବାର ସକାଳୁ ସକାଳୁ ଗର୍ଭ ଯନ୍ତ୍ରଣା ହୋଇଥିଲା ସ୍ତ୍ରୀର ଯନ୍ତ୍ରଣା ଦେଖି ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ । ହେଲେ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀଙ୍କ ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ମୁନା ହରିଜନ ଓ କିଛି ସମର୍କୀୟ ମାନେ ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ ଦୁଇ କିଲୋମିଟର ରାସ୍ତା ୧୦୮ ଆମ୍ବୁଲାନ୍ସ ପାଖକୁ ଷ୍ଟେଚର ସାହାଜ୍ୟରେ ବୋହି ଆଣିଥିଲେ । ପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା । ଗର୍ଭବତୀ ଜଣକ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ନେଇ ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି।