ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର କୋଡ଼ିଏ ତମ ପ୍ରତିଷ୍ଠା ଦିବସ ପାଳିତ 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଆଜି କୋଡ଼ିଏ ତମ ପ୍ରତିଷ୍ଠା ଦିବସ ଅବସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ପ୍ରତ୍ୟେକ ନାଗରିକ ଗୋଟିଏ ଗୋଟିଏ ଚାରା ରୋପଣ କରି ତାର ଯତ୍ନ ନେବାକୁ ପରାମର୍ଶ ଦେଇଥୁଲେ I ଏଥିରେ ଅନ୍ୟ ଅତିଥି ଭାବେ 49 ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ବାଲିପଦର ବନପାଳ ସୁନିତା ପାତ୍ର, ବନରକ୍ଷୀ କୃଷ୍ଣଚନ୍ଦ୍ର ଗୌଡ଼,ମଙ୍ଗଳପୁର ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ,ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସଭାପତି ମାଧବ ଚନ୍ଦ୍ର ଆପଟ,କୋଷାଧ୍ୟକ୍ଷା ଆରତୀ ବେହେରା, ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟ, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତି, ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ ବିଷୋୟୀ, କୋଷାଧ୍ୟକ୍ଷ ତଥା ଗୋବରା ସମିତିସଭ୍ୟ ବିଭୁପାଦ ଜେନା,ସହସମ୍ପାଦକ ସରୋଜ ଶତପଥୀ,ସଦସ୍ୟ ପଞ୍ଚାନନ ସାହୁ, ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୋଷାଧ୍ୟକ୍ଷା ରଶ୍ମିତା କୁମାରୀ ଆପଟ, ବିଦ୍ୟାଳୟ ପରିଚାଳନା କମିଟି ଶ୍ରୀକୃଷ୍ଣ ଖଟେଇ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କର୍ତ୍ତା ଭାବେ ବିଦ୍ୟାଳୟର ସଭାପତି ସୁଶାନ୍ତ କୁମାର ବେହେରା ଓ ତାଙ୍କ ସହ ଧର୍ମପତ୍ନୀ ଆରତୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୁରୋହିତ କାଳୁଚରଣ ତ୍ରିପାଠି ପୁରୋହିତ କାର୍ଯ୍ୟ ସମ୍ପାଦନା କରିଥିଲେ I ଏଥିରେ ଲିମ୍ବ,ଜାମୁ, କରଞ୍ଜ ଭଳି 160 ଟି ଚାରା ରୋପଣ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ