ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ପରେ ପଦାରେ ପଡିଲା ମୟୁରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା

ବାରିପଦା,(ମୁରାରୀ ମୋହନ ମହାପାତ୍ର):ସ୍ୱାସ୍ଥ୍ୟ ମନ୍ତ୍ରୀ ଯିବାର ୨ଦିନ ଯାଇନି ହେଲେ ଆଦିବାସୀ ପ୍ରବଣ ଅଂଚଳରେ ସ୍ୱାସ୍ଥ୍ୟ ସେବା ବିଫଳ, ଏହେଉଛି ଆଦିବାସୀ ପ୍ରବଣ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ , ଘଣ୍ଟା ଘଣ୍ଟା ଧରି ରୋଗୀ ଡାକ୍ତରକୁ ଅପେକ୍ଷା କରିଛନ୍ତି ହେଲେ ନାଁ ଡାକ୍ତରଙ୍କ ଦେଖା ଅଛି ନାଁ କମ୍ପାଉଣ୍ଡର, ସେପଟେ କେହି ନଥିଲେ ଆମେ ମେଡ଼ିସିନ ଦେଇ ରୋଗିକି ବିଦା କରିଦେଉ ବୋଲି କହିଛନ୍ତି ସଫେଇକର୍ମଚାରି… ଦେଖନ୍ତୁ ସିକୁରିଟି ଗାର୍ଡ ହାତରେ ବନ୍ଧା ସ୍ୱାସ୍ଥ୍ୟ ସେବା, ଯୋଉଠି ଦେଖିବ ଫାଙ୍କା ଦିନ ୧୦ବାଜିଲାଣି ଫ୍ୟାନ ବୁଲୁଛି ହେଲେ ରୁମରେ ନାହାନ୍ତି କୌଣସି ଡାକ୍ତର, କମ୍ପାଉଣ୍ଡର ନର୍ସ, ତେବେ ସମୟ ପ୍ରାୟ ୧୧ଛୁ ଛୁ ନର୍ସିଙ୍ଗ ଅଫିସର ମାଡାମଙ୍କର ଦେଖା ମିଳିଲା ତେବେ ଡେରିରେ ଆସିବାର କାରଣ ପଚାରିବାରୁ ଚିହିଁଙ୍କି ଉଠିଲେ ନର୍ସ ମାଡାମ ସେପଟେ ଅଲଟି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ତାଗିଦ କରି କହିଲେ ଆପଣ କିଏ ଆପଣଙ୍କୁ ଏହାର ଉତ୍ତର ଦେବାପାଇଁ ଜରୁରୀ ମନେ କରୁନି ମଝିରେ ମଝିରେ ମାଡାମ ଜଣକ ଏତେ ଚିଡି ଯାଉଥିଲେ ଯେ ଓଡିଆ ଭୁଲି ଇଂରାଜୀରେ ପଚାରିବା ଆରମ୍ଭ କରିଦେଲେ.ଫାଙ୍କା ଫାଙ୍କା ଫାଙ୍କା ଟେବୁଲ, ଚୌକି ଠାରୁ ଆରମ୍ଭ କରି ସବୁ ଫାଙ୍କା, ଆଦିବାସୀ ପ୍ରବଣ ଅଂଚଳର ଲୋକେ ହାତ ପାହାନ୍ତରେ ସ୍ୱାସ୍ଥ୍ୟ ସେବା ପାଇବେ ଏନେଇ କୋଟି କୋଟି ଟଙ୍କା ଅନୁଦାନରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ୨ଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲୋକଙ୍କୁ ନିଜ ଭାଷଣରେ କହିଗଲେ,ହେଲେ ମନ୍ତ୍ରୀ ଯିବାର ୪୮ଘଣ୍ଟା ପୂରିନି ମୋରଡା ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ଦେଖନ୍ତୁ ଏହେଉଛନ୍ତି ୭୫ବର୍ଷ ବୟସ ର ବୃଦ୍ଧା ଟଙ୍କା ପଇସା ପାଖରେ ନଥିବାରୁ ନିଯେ ବାଡ଼ି ଧରି ଅତି କଷ୍ଟରେ ପିଏସସୀ ଆସିଥିଲେ ହେଲେ ସକାଳୁ ଅପରାହ୍ନ ହେବାକୁ ଗଲା ନାଁ ଡାକ୍ତରଙ୍କ ଦେଖା ଅଛି ନାଁ କମ୍ପାଉଣ୍ଡରର, ବୃଦ୍ଧା ମଣିଷଟେ କାହାକୁ କିଛି ନକହି ବସିରହିଛି, ସେହିପରି ଏହେଉଛନ୍ତି ଜଣେ ମହିଳା ସୁକାନ୍ତି ଗଡିଆ ଅଂଚଳର ଦେହ ଅସୁସ୍ଥ ଥିବାରୁ ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି ହେଲେ କାହାର ବି ଦେଖାନାହିଁ, ଖାଲି ଜଣେ କି ଦୁଇଜଣ ରୋଗୀ ନୁହଁ ମାଳ ମାଳ ରୋଗୀ , ରୋଗୀ ଆସି ସ୍ୱାସ୍ଥ୍ୟ ସେବା ନପାଇ ଫେରି ଯାଉଛନ୍ତି ହେଲେ ସ୍ୱାସ୍ଥ୍ୟ ସେବା ସତେ ଯେପରି କୋମାକୁ ଯାଇଛି, ଦେଖନ୍ତୁ ସ୍ଥାନୀୟ ଲୋକେ କଣ କହିଛନ୍ତି
ସେପଟେ ୨୪ବର୍ଷ ବିଜେଡି ସରକାର ଯିବାପରେ ମୋହନ ସରକାର ଉପରେ ସ୍ୱାସ୍ଥ୍ୟ ସେଵା ପାଇଁ ଆଦିବାସୀ ଜନଜାତି ଲୋକେ ଆସ୍ଥା ବିଶ୍ୱାସ ରଖିଛନ୍ତି, ହେଲେ ସରକାର ଗଠନକୁ ୬ମାସ ପୁରିଥିବା ବେଳେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ପଦାରେ ପଡି ହାଟରେ ଗଡୁଛି, ନିପଟ ଆଦିବାସୀ ପ୍ରବଣ ଅଂଚଳରେ ଡାକ୍ତର, କମ୍ପାଉଣ୍ଡରଙ୍କ ଦେଖା ନଥିବା ବେଳେ ସଫେଇକର୍ମଚାରି କହିଛନ୍ତି କେହି ନଥିଲେ ଆମେ ମେଡ଼ିସିନ ଦେଇ ରୋଗୀ ଦେଖି ଦଉଛୁ, ଆଗକୁ ସ୍ୱାସ୍ଥ୍ୟ ସେବା ଦିଗରେ ସରକାର ନୂତନ ଆଶା ଉଦ୍ଦୀପନା ନେଇ କାର୍ଯ୍ୟକରିବାକୁ ଲକ୍ଷ ରଖିଥିବା ବେଳେ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଦାୟିତ୍ୱ ହିନ ଡାକ୍ତର ଏବଂ କମ୍ପାଉଣ୍ଡର ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅଧିକରୁ ଅଧିକ ଗୁରୁତ୍ୱ ଦେବାକୁ ଦାବୀ କରିଛନ୍ତି ବୁଦ୍ଧିଜୀବୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ