ହକ୍ ମାଗିଲେ ଦିବ୍ୟାଙ୍ଗକୁ ମିଳୁଛି ଗୋଡ଼ଭାଙ୍ଗି ଦେବାର ଧମକ
ନୀଳଗିରି,(ୱାଏନଏସ):ବିକଳାଙ୍ଗ ହେଉ କିମ୍ବା ଦିବ୍ୟାଙ୍ଗ , ଯାହାକୁ ଦେଖିଲେ ଲୋକଙ୍କ ମନରେ ଦୟାଭାବ ସୃଷ୍ଟି ହୁଏ।ମଣିଷପଣିଆ ଦେଖାଇ ଏମାନଙ୍କୁ କିଏ ଦାନ କରୁଛି ତ କିଏ ଦିବ୍ୟାଙ୍ଗ ମାନଙ୍କ ଠାରୁ ଲୁଟି ଖାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନରଣପୁର ଗ୍ରାମ ପଞ୍ଚାୟତର ସାନଟୋକିପଦା ଗ୍ରାମରେ। ଖବରରୁ ଜଣାଯାଇଛି ସାନଟୋକିପଦା ଗାଁର ଗଣେଶ୍ୱର ସାଉଙ୍କ ଦିବ୍ୟାଙ୍ଗ ପୁଅ ଚିତ୍ତରଞ୍ଜନ ସାଉ ୨୦୧୭ମସିହାରେ ତାଙ୍କ ଝିଅକୁ ବିବାହ ଦେଇ ସାରିଥିବା ବେଳେ ବିବାହ ପୂର୍ବରୁ ତାଙ୍କ ନାମରେ ମିଳୁଥିବା ରେସନ୍ ଚାଉଳ ୨୦୧୭ମସିହା ପରେ ଆଉ ମିଳିବନାହିଁ ବୋଲି ନରଣପୁର ଗ୍ରାମର “ମା ଗାୟତ୍ରୀ” ଏସଏସଜିର ଡିଲର ମିନତି ସାହୁ ମନାକରିଦେଥିଲେ । ସାଉ ଝିଅ ନାମରେ ଆସୁଥିବା ଚାଉଳକୁ ବାଦଦେଇ ଅବଶିଷ୍ଠ ଚାଉଳ ଗ୍ରହଣ କରୁଥିଲେ । ମାତ୍ର ଦୀର୍ଘ ୮ବର୍ଷ ଧରି ଉକ୍ତ ରେସନ କାର୍ଡକୁ ଯୋଗାଣବିଭାଗକୁ ଫେରସ୍ତ ନକରି ଡିଲର ମିନତି ସାହୁ ଚାଉଳକୁ ହଡ଼ପ କରିଚାଲିଥିଲେ। ରେସନଧରି
ସାଉ ଡିଲର ଠାରେ ବାରମ୍ବାର ଝିଅ ନାମରେ ଆସୁଥିବା ଚାଉଳକୁ ପାଇବା ପାଇଁ ଦାବିକରି ଆସୁଥିଲେ ହେଁ ଡିଲର ଜଣଙ୍କ ତମ ଝିଅର ରେସନ୍
ଚାଉଳ ଆଉ ମିଳିବ ନାହିଁ ବୋଲି କହି ଆସୁଥିଲେ। ଗତ ୨ମାସ ପୂର୍ବରୁ ନରଣପୁର ଡିଲର ଠାରୁ କଟି ଡାଳିମ୍ବପାଳ ଗ୍ରାମରେ ଥିବା “ମା ସିଂହ ବାହିନୀ” ଗୋଷ୍ଠୀଙ୍କୁ ଡିଲର ଭାବେ ସରକାରଙ୍କ ପକ୍ଷରୁ ନିୟୋଜିତ ଦିଆଯିବା ପରେ ସତ ସାମ୍ନାକୁ ଆସିଥିଲା। ଇ.କେ.ୱା.ସି ଯାଞ୍ଚ ବେଳେ ସାହୁଙ୍କ ଝିଅର ନାମ ରାସନ୍ କାର୍ଡରେ ଥିବା ଜଣାପଡ଼ିବା ପରେ ଶ୍ରୀ ସାହୁଙ୍କ ଝିଅର ନାମରେ ରାସନ୍ ସାମଗ୍ରୀ ସବୁ ଉଠାଯାଉଥିବାର ଦେଖା ଯାଇଥିଲା। ଏଭଳି ଚଞ୍ଚକତା ଡିଲର ମିନତି ସାହୁ କରିଥିବା ଜାଣିବା ପରେ ଶ୍ରୀ ସାଉ ଦୀର୍ଘ ୮ବର୍ଷ ଧରି ତାଙ୍କ ଝିଅର ରାସନ୍ ସାମଗ୍ରୀ କିଏ ନେଉଥିଲା ବୋଲି ପୂର୍ବତନ ଡିଲରଙ୍କୁ ପଚାରିବାରୁ ମିନତି ସାହୁ ଓ ତାଙ୍କ ସ୍ଵାମୀ ଗଜେନ୍ଦ୍ର ସାହୁ ଦିବ୍ୟାଙ୍ଗ ଚିତ୍ତରଞ୍ଜନକୁ ଠେଙ୍ଗା ଆଣି ପିଟିବାକୁ ଉଦ୍ୟମ କଲେ ଓ ଗୋଡ଼ ହାତ ଭାଙ୍ଗି ଦେବେ ବୋଲି ଧମକଦେଇଥିଲେ । ଏଭଳି ବହୁ ମୃତବ୍ୟକ୍ତିଙ୍କ ନାମରେ ଡିଲର ମିନତି ସାହୁ ରାସନ୍ ଉଠାଇ ହଡ଼ପ କରୁଥିବା ବେଳେ ଧାରା ପଡ଼ିଯିବା ଭୟରେ ରେସନଧରୀ ଚିତ୍ତରଞ୍ଜନଙ୍କୁ ବିଭିନ୍ନ ଧମକ ମାନ ଦେଉଛନ୍ତି। ପୁଣି ରାସନ୍ କାର୍ଡ ଭେରିଫିକେସନ ନାମରେ ଡିଲର ମିନତି ସାହୁ ମନ୍ଦ ଉଦ୍ଦେଶ୍ୟ ରଖି ଚିତ୍ତରଞ୍ଜନଙ୍କ କାର୍ଡକୁ ନେଇଯାଇ ପୁଣି ତାଙ୍କ ଠାରୁ ୧୦ଟଙ୍କା ନେଇ ଗାରପକା ଖାତାରେ ତାଙ୍କ ନାମ ରେସନ ନମ୍ବର ପକାଇ ଦେଇଛନ୍ତି। ଏଠି ପ୍ରଶ୍ନ ଉଠିଛି ରେସନ କାର୍ଡଧାରୀଙ୍କ କାର୍ଡ ଗୁଡ଼ିକ ଡିଲର ରଖିବାର ନିୟମ ନଥିବା ବେଳେ ଡିଲର କେଉଁ ନିୟମରେ ରେସନ କାର୍ଡ ଗୁଡ଼ିକ ମାଗି ରଖିଲା। ଏନେଇ ସାହୁ ବାଲେଶ୍ଵର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ବି ଡି ଓ, ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି। ଗୁଣ୍ଡାରାଜ ଚଳାଉଥିବା ଡିଲରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆଗାମୀ ଦିନରେ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।