ହଦଗଡ଼ ଠାରେ ଜଙ୍ଗଲ ଜ୍ଞାନ ଶିବିର
ହାଟଡିହି, (ବିକାଶ ବିଶ୍ୱାଳ):ହଦଗଡ଼ ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ତଥା ଅନ୍ୟାନ୍ୟ ପାରମ୍ପାରିକ ବନବାସୀ ମାନଙ୍କୁ ସେମାନଙ୍କ ଜୀବନ ଜୀବିକା ପାଇଁ ନିର୍ଭରଶୀଳ କରିବାକୁ କି ଷ୍ଟୋନ ଫାଉଣ୍ଡେସନ କୋଟଗିରି ଦ୍ଵାରା ବିଭିନ୍ନ ଅନୁଧ୍ୟାନ ଓ ଗବେଷଣା କରାଯାଇଛି । ଆଜି ହଦଗଡ଼ ଠାରେ ନବଦୋୟ ବିଦ୍ୟାଳୟ ପରିସରରେ ଆମ୍ବ ପିଜୁଳି ଓ ଜାମୁଗଛ ସବୁ ସଂସ୍ଥା ପକ୍ଷରୁ ଯୋଗାଇ ଦେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିସହ ଜଙ୍ଗଲ ସମ୍ପଦ ଉପରେ ବକ୍ତୃତା ପ୍ରତିଯୋଗିତା, ଓ ଜଳବାୟୁ ପରିବର୍ତ୍ତନ ଜୀବଜନ୍ତୁ ସୁରକ୍ଷା ଉପରେ ସାଧାରଣଜ୍ଞାନ ପରୀକ୍ଷା ଆଦି କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଉଦୟ ନାଥ ମଲ୍ଲିକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଟ ଶିକ୍ଷକ ଡକ୍ଟର ରାଜେନ୍ଦ୍ର କୁମାର ଧଳ , ରାଜୁସ କୁଜୁର, ଓ ପି.କେ.ରଜୁଲ ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିଥିବା ଆକାଶ ବେହେରା,ଦ୍ୱିତୀୟ ସ୍ଥାନରେ ଥିବା ଜସ୍ମିନି ମହାନ୍ତ୍, ତୃତୀୟ ସ୍ଥାନ ହାସଲ କରିଥିବା ଓମ ପ୍ରକାଶ ବେହେରାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଭିନନ୍ଦନ ସାମଲ,ଦାମୋଦର ମାରାଣ୍ଡି, ସିମନ୍ ସାହୂ, ଆଶିଷ କୁମାର ମହାନ୍ତ, ଦିବ୍ୟଜ୍ୟୋତି ବାରିକ, ଅନୁରାଗ ସାହୁ ଓ ରସ୍ମିରଞ୍ଜନ ନାୟକଙ୍କୁ ଶାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଏହି ଅଭୟାରଣ୍ୟ ଅଞ୍ଚଳରେ ସ୍ବେଛାସେବୀ ଅନୁଷ୍ଠାନ ଆର୍ ସି ଡ଼ି ସି ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇ ଜଙ୍ଗଲ ସମ୍ପଦ ସୁରକ୍ଷା ଓ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ଏଣୁ ଏହି କାର୍ଯ୍ୟକ୍ରମକୁ ଏକ ଗବେଷଣା ଓ ବିଦ୍ୟାଳୟ ଛାତ୍ରଙ୍କୁ ଅଧିକା ସଚେତନ ଓ ସାମିଲ ପାଇଁ କି ଷ୍ଟନ ଫାଉଣ୍ଡେସନ,ଦ୍ଵାରା ସହଯୋଗ ପାଇଁ ଅଧିକ ଗୁରୁତ୍ବ ଦିଆ ଯାଉଛି। ଶେଷରେ ଏହି ସଂସ୍ଥାର ଗବେଷକ ଆନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।