ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତିର ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକର କେ.ସୀତାପୁର ପଂଚାୟତରେ ୱାର୍ଡ ମେମ୍ବରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତି ଅଭିଯୋଗ କରାଯିବା ସହ ବିହିତ ତଦନ୍ତ ଦ୍ୱାରା କାର୍ଯାନୁଷ୍ଠାନ ଦାବି କରାଯାଇଛି. ବୈଠକରେ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ | ହେଲେ ନିଜେ ସରପଞ୍ଚ କେ. ତେଜେଶ୍ୱର ଏହି ବୈଠକକୁ ଆସି ନଥିଲେ | ୱାର୍ଡ ମେମ୍ବର ମାନଙ୍କ ଅଭିଯୋଗ ଏହିଯେ, ସରପଞ୍ଚ କୌଣସି ୱାର୍ଡ ମେମ୍ବରଙ୍କୁ ନ ପଚାରି ମନମୁଖି କାର୍ଯ୍ୟ କରୁଛନ୍ତି | ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ୩୦୦୦ ଅନୁକମ୍ପା ରାଶି ଦେବାର ବ୍ୟବସ୍ଥା ରହିଥିଲେ ସୁଧା, ସରପଞ୍ଚ କୁଆଡେ ୨୦୦୦ ଟଙ୍କା ଦିଅନ୍ତି ବୋଲି ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି | ଏସମ୍ପର୍କରେ ସରପଞ୍ଚଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେ ସୁଧା ସମ୍ଭାବପର ହୋଇନଥିଲା | ଏତଦ ବ୍ୟତୀତ ଆହୁରି ଅନେକ ଦୁର୍ନୀତିରେ ସରପଞ୍ଚ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି | ପ୍ରଶାସନ ଏନେଇ ତଦନ୍ତ କରିବା ପାଇଁ ଦାବି ହୋଇଛି.