ହାଟଡ଼ିହି ବ୍ଲକରେ ଜନଜାତୀୟ ଗୌରବ ଦିବସ ଅନୁଷ୍ଠିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହହି ବ୍ଲକରେ ୪ଟି ପୃଥକ ତାରିଖ ଓ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୧୦ଟି ପଞ୍ଚାୟତର ୨୧ଗୋଟି ଆଦିବାସୀପୂର୍ଣ୍ଣ ଜନବସତି ଗ୍ରାମରେ ଜନଜାତୀୟ ଗୌରବ ଦିବସ ପାଳନ ହେବାକୁ ଥିବାବେଳେ ଆଜି ୧ମ ପର୍ଯ୍ୟୟରେ ବଞ୍ଚୋ ପଞ୍ଚାୟତର ଶିଙ୍ଗିଡୋଭ ଠାରେ ଏହା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବିପ୍ଲବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ୧୫ନଭେମ୍ବର ୨୦୨୪କୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭାରତ ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ଦେଶର ଅନୁସୂଚିତ ଜନଜାତି ଓ ବହୁଳ ଗ୍ରାମ ମାନଙ୍କରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଉଛି। ଏହି ସ୍ୱତନ୍ତ୍ର ଗ୍ରାମସଭା ବୈଠକରେ ପେସା, ଜଙ୍ଗଲ ଅଧିକାର ଆଇନ, ପଞ୍ଚାୟତ ବିକାଶ ସୂଚୀ ଆଦି ବିଷୟରେ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନତା କରାଯାଉଛି। ବଞ୍ଚୋ ସ୍ଥିତ ସିଙ୍ଗଡୋଭ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମଟି ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ବେଳେ ଏଥିରେ ହାଟଡ଼ିହି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ନୋଡାଲ ଅଫିସର କନିଷ୍ଠଯନ୍ତ୍ରୀ ପ୍ରଫୁଲ୍ଲ ବେହେରା, ପିଇଓ ଜିତେନ୍ଦ୍ର ଜେନା, ଏଡ଼ିଇଓ ସସ୍ମିତା ପାଢ଼ୀ, ଅଙ୍ଗନବାଡ଼ି କର୍ମୀ ସଂଯୁକ୍ତା ଦେଈ ଉପସ୍ଥିତ ରହି ସେମାନଙ୍କୁ ଜନଜାତୀୟ ଗୌରବ ଦିବସର ସାରାଂଶ ବୁଝାଇଥିଲେ। ଜାବିନପୁର ଠାରେ ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ରମାକାନ୍ତ ନାୟକଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବୈଷୟିକ ପରାମର୍ଶଦାତା କାମେଶ୍ୱର ସାହୁ, ପିଇଓ ଅମୁଲ୍ୟ କୁମାର ପହି, ଏଡ଼ିଇଓ ଗଣେଶ୍ୱର ସାହୁ, ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ସାହୁ, ସମିତିସଭ୍ୟ ତାରିଣୀ ସେନାପତି ପ୍ରମୁଖ ସହ ଅଭିଜିତ ସେନାପତି ଯୋଗଦେଇ ଉକ୍ତ ଦିବସ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ନିଶାମୁକ୍ତ, ସ୍ୱଚ୍ଛତା ଏବଂ ବିଭିନ୍ନ ସମସ୍ୟାର ସମାଧାନ ବାବଦରେ ସଚେତନ କରିଥିଲେ । ସୁନ୍ଦରାପାଳ ଠାରେ ଜମ୍ଭିରା ସରପଞ୍ଚ ପ୍ରତିନିଧି ଖଗେଶ୍ୱର ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲା ବେଳେ ଏଥିରେ ସହକାରୀ ଯନ୍ତ୍ରୀ ସଂଯୁକ୍ତା ବେହୁରିଆ, ପିଇଓ ନାରାୟଣ ଜେନା, ଏଡ଼ିଇଓ ରିତାଞ୍ଜଳୀ ରଣା, ଅଙ୍ଗନବାଡ଼ି କର୍ମୀ ପ୍ରେମଲତା ପାତ୍ର, ସମିତିସଭ୍ୟା ପ୍ରୀତିପଦ୍ମା ରାଉତ ପ୍ରମୁଖ ଯୋଗଦେଇ ଆଦିବାସୀ ଜନଜାତିର ଲୋକଙ୍କୁ ସେମାନଙ୍କ ଅଧିକାର ଓ ବିକାଶ ସମ୍ପର୍କରେ ଅବଗତ କରାଇବା ସହ ସଚେତନ କରାଇଥିଲେ। ସେହିପରି ପନ୍ଦାଡୋ ପଞ୍ଚାୟତର ସରଳାପଶି ଓ ପୋଡ଼ାଶିଙ୍ଗିଡ଼ି ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ନିକୁଞ୍ଜ ବିହାରୀ ଓଝା ପରିଚାଳନା କରିଥିଲା ବେଳେ ଏଥିରେ ବ୍ଲକ ସାଧନା ସଂଯୋଜକ କାର୍ତ୍ତିକ ପାତ୍ର ଓ ବିପିଏମ ମଧୁସ୍ମିତା ଦାସ, ପିଇଓ ସୁଶ୍ରୀ ସଂଘମିତ୍ରା ଚକ୍ର ଓ ପ୍ରୀତିଲତା ନାୟକ, ଏଡ଼ିଇଓ ମୋନାଲିସା ଶତପଥୀ ଓ ଶରତ ଚନ୍ଦ୍ର ଜେନା, ଅଙ୍ଗନବାଡ଼ି କର୍ମୀ ସୁଲୋଚନା ନାଏକ ଓ ସୌଦାମିନୀ ରାଉତ ପ୍ରମୁଖ ଯୋଗଦେଇ ଜନଜାତୀୟ ଗୌରବ ଦିବସର ଆଭିମୁଖ୍ୟ, ବିକାଶ ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହିପରି ଶାସଙ୍ଗ ପଞ୍ଚାୟତର ଅସିଆ ଠାରେ ସରପଞ୍ଚ ମଧୁମିତା ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀଶ୍ରୀ ସିଂ, ପିଇଓ ସ୍ୱୀକୃତୀ ତନୟା ଆଚାର୍ଯ୍ୟ, ଏଡ଼ିଇଓ ପ୍ରିୟବ୍ରତ ପଢ଼ିଆଳ, ଅଙ୍ଗନବାଡ଼ି କର୍ମୀ ଶଶିରେଖା ଭୂୟାଁଙ୍କ ସହ ସମିତିସଭ୍ୟ, ନାଏବ ସରପଞ୍ଚ ପ୍ରମୁଖ ଯୋଗଦେଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପେସା ଆଇନ ଅନୁସାରେ ଗ୍ରାମସଭାର ଦାୟିତ୍ୱ ଓ କ୍ଷମତା, ସ୍ୱଚ୍ଛତା ଶପଥ, ନିଶାମୁକ୍ତ ଗାଁ ଗଠନ ନିମନ୍ତେ ସଂକଳ୍ପ, ଜଙ୍ଗଲ ଅଧିକାର ଆଇନ ଭଳି ବିଭିନ୍ନ ବିଷୟରେ ଆଲୋକପାତ କରାଯାଇଥିଲା।