ହିଞ୍ଜିଳିକାଟୁ ପୌରପରିଷଦ ୨୧ ତମ ସାଧାରଣ ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରପାଳିକା ବୈଠକ ଗୃହରେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲର ମାନଙ୍କୁ ନେଇ ୨୧ ତମ ପୌରପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକା ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଉପସ୍ଥିତ ଥିଲେ । ପ୍ରଥମେ ସମସ୍ତ କାଉନସିଲର ଙ୍କ ସହ ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ହିଞ୍ଜିଳି ବିଧାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ପ୍ୟାରୀମୋହନ ପାଢି ଙ୍କୁ ଫୁଲତୋଡ଼ା ସହ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ମୁନିସିପାଲିଟି ର ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ଶେଷ କରିବା ଉପରେ ଆଲୋଚନା ହୋଇଥିଲା ।ହିଞ୍ଜିଳିକାଟୁ ପୌରପରିଷଦ ଖୁଚୁରା ପରିବା ବଜାର ରେ ଚାଷୀ ମାନଙ୍କ ଆଦାୟ ପରିବା ବିକ୍ରୟ କରିବା ପାଇଁ ସ୍ଥାନ ନିରୂପଣ କରିବା ପାଇଁ ଵିସ୍ତ୍ରୁତ ଆଲୋଚନା ହୋଇଥିଲା । ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ୱାର୍ଡ଼ ର ଉନ୍ନତିକରଣ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ୧୦ ନଂ ୱାର୍ଡ ସଭ୍ୟା ସୁପ୍ରଭା ମହାରଣା, ୧୨ ନଂ ୱାର୍ଡ ସଭ୍ୟା ରୁକ୍ମିଣୀ ବିଷୋଈ, ୧୬ ନଂ ୱାର୍ଡ ସଭ୍ୟା ମଧୁସ୍ମିତା ବେହେରା ୨୧ନଂ ୱାର୍ଡ଼ ସଭ୍ୟା ସୁଜତା ସ୍ବାଇଁ, ନିଜ ନିଜ ୱାର୍ଡ଼ ର ଉନ୍ନୟନମୁଳକ କାର୍ଯ୍ୟ ଓ ବିଭିନ୍ନ ସମସ୍ୟା ବାବଦରେ ନିଜ ଦାବି ଉପସ୍ଥାପନ କରିଛନ୍ତି। ପୌରପରିଷଦ ସମସ୍ତ ଓାର୍ଡରେ ସ୍ୱଚ୍ଚତା ଓ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଜଣାଇଛନ୍ତି ।ବୈଠକରେ ପୌରପାଳିକା ରସହକାରୀ ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ, ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମିଶ୍ର ଓ ସମସ୍ତ ପୌରକର୍ମଚାରୀ ଙ୍କ ସହ ୧୮ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ