ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ପରେ ବିଜେଡି ଓ କଂଗ୍ରେସ ଶିବିର ରେ ବଢିଛି ନିରବତା

ଶେରଗଡ,(ଯୁଗାବ୍ଦ ନ୍ୟୁଜ):ଗତ ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ କ୍ଷମତା ରେ ଦୀର୍ଘ ୨୪ ବର୍ଷ କାଳ ନିରବଚ୍ଛିନ୍ନ ଭାବେ ରହି ଆସିଥିବା ବିଜୁ ଜନତା ଦଳ ର ସରକାର ଭାଙ୍ଗିବା ପରେ ଗତ ଜୁନ ମାସ ଠାରୁ ପୂର୍ବ ଈସ୍ତାହାର ଭଟ୍ଟା ପଡିଛି। ଦଳୀୟ କାର୍ଯ୍ୟାଳୟ ନାହିଁ କି ନେତା କର୍ମୀ ଙ୍କ ସମାଗମ ଦେଖିବାକୁ ମିଳୁନାହିଁ। ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚିତ ପ୍ରତିନିଧି ମାନେ ସରକାରୀ ଅଫିସ ଗୁଡିକୁ ଯେଭଳି ନିଜ ନିୟନ୍ତ୍ରଣ ରେ ରଖି ଆସିଥିଲେ ଆଉ ସେ ଆଗ ପ୍ରଭାବ ଦଳୀୟ ନେତା ଓ କର୍ମୀ ଙ୍କ ନାହିଁ। ପୂର୍ବରୁ ଯେପରି ବିଜୁ ଜନତା ଦଳର ନେତା ଓ କର୍ମୀ ଙ୍କ ସମାଗମ ଲାଗି ରହୁଥିଲା,ଏବେ ସେହିପରି ବିଜେପି ନେତା ଓ କର୍ମୀ ଙ୍କ ଭିଡ ଏବଂ ସମାଗମ ପରିଲକ୍ଷିତ ହେଉଛି। ହେଲେ ସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ଅଫିସର ଠାରୁ କିରାଣୀ ପର୍ଯ୍ୟନ୍ତ କାହାର କିଛି ବ୍ୟବହାର ରେ ପରିବର୍ତ୍ତନ ହୋଈନାହିଁ। ନିର୍ବାଚିତ ବିଧାୟକ ତଥା ବିରୋଧୀ ଦଳର ନେତା ନିର୍ବାଚନ ରେ ବିଜୟୀ ହୋଈଥିଲେ ବି ଲୋକଙ୍କ ଦୁଃଖ ଏବଂ ଅଭିଯୋଗ କୁ ଶୁଣିବା ଲାଗି ଲୋକ ସମ୍ପର୍କ ରକ୍ଷା ନକରିବା ହେତୁ ସାଧାରଣ ଲୋକ ଅଧିକ ମାତ୍ରାରେ ସରକାରୀ ବାବୁ ମାନଙ୍କ ଦ୍ଵାରା ଅବହେଳିତ ହେଉଥିବା ଦେଖାଯାଉଛି। ଏହା ସହିତ ଲୋକ ସଭା ପ୍ରାର୍ଥୀ ଭାବେ ଦେବକାନ୍ତ ଶର୍ମା ଓ ବିଧାନସଭା ପ୍ରାର୍ଥୀ ଭାବେ କଂଗ୍ରେସ ପକ୍ଷରୁ ରଜନୀକାନ୍ତ ପାଢୀ ଦଳୀୟ ଟିକଟ ପାଈ ଲଢିଥିଲେ ହେଁ ନିର୍ବାଚନ ଶେଷ ହେବା ପରେ ସେମାନଙ୍କ ଦେଖାସାକ୍ଷାତ ଏହି ନିର୍ବାଚନ ମଣ୍ଡଳୀ ରେ ମିଳିନାହିଁ। ଅଥବା ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଠାରୁ ନିର୍ବାଚନ ମଣ୍ଡଳ ସ୍ଥରୀୟ କମିଟିର କାହାକୁ ଦେଖିବା ସମ୍ଭବ ନହେବା କାରଣ ରୁ କଂଗ୍ରେସ ମଧ୍ୟ ନିଜ ସ୍ଥିତି ଓ ଲୋକ ସମ୍ପର୍କ ହରାଇଥିବା କର୍ମୀ ମାନଙ୍କୁ ହତାଶ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ