ହେଲିକପ୍ଟରର ଜରୁରୀ ଅବତରଣ

ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡା ଠାରୁ ୨ କିଲୋମିଟର ଦୂର ଗୋପାଳପୁର ଶାସନ ଓ ନୂଆ ଗାଁ ନିକଟ ରେ ଏକ ନୂତନ କଂକ୍ରିଟ ରାସ୍ତା ରେ ଗୋଟିଏ ହେଲିକପ୍ଟର ଜରୁରୀ ଅବତରଣ କରିଛି। ହେଲିକପ୍ଟର ଟିକୁ ଦେଖିବା ପାଇଁ ଗ୍ରାମ ର ଆଖପାଖ ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ହେଲିକପ୍ଟର ର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ସହ କିଛି ସୁରକ୍ଷା କର୍ମୀ ଙ୍କୁ ନିୟୋଜିତ କରିଛି। ସୂଚନା ପ୍ରକାରେ ଇମ୍ଫା ର ଏହି ହେଲିକପ୍ଟର ଟି ଦୁଇ ଜଣ କର୍ମଚାରୀ ଙ୍କୁ ରାୟଗଡା ରେ ଛାଡିବା ପରେ ଭୁବନେଶ୍ବର ଅଭିମୁଖେ ଯିବା ବେଳେ ପାଗ ଖରାପ ଯୋଗୁଁ ଆଉ ରାସ୍ତା ଦେଖିପାରିନଥିଲା । ଦୁଇ ଦିନ ହେଲା ଲଘୁଚାପ ଯୋଗୁଁ ପାଗ କୁହୁଡିଆ ହେବା ସହ ଝିପି ଝିପି ବର୍ଷ ଲାଗି ରହିଥିବା ବେଳେ ରାସ୍ତା ପାଇବା କଷ୍ଟ ହୋଇଥିଲା। ଫଳରେ ପାଇଲଟ ଜଣକ ସୁରକ୍ଷିତ ଅବତରଣ ପାଇଁ ଚେଷ୍ଟା କରିଥିଲେ। କିଛି ସମୟ ଏହି ହେଲିକପ୍ଟର ଟି ଆକାଶ ରେ ଉଡି ସୁରକ୍ଷିତ ଅବତରଣ ପାଇଁ ଚେଷ୍ଟା କରିବା କୁ ସୋରଡା ଜରଉ ଛକ ଓ ଜଳଭଣ୍ଡାର ନିକଟ ପାର୍କ ପାଖ ଅଞ୍ଚଳ ଖୋଜିଥିଲା । ଏଠାରେ ସୁରକ୍ଷିତ ଜାଗା ନପାଇ ଶେଷରେ ଗୋପାଳପୁର ଶାସନ ଓ ନୂଆଗାଁ ନିକଟ ଏକ ନୂତନ ଭାବେ ନିର୍ମିତି କଂକ୍ରିଟ ରାସ୍ତା ରେ ଅବତରଣ କରାଇଥିଲେ ପାଇଲଟ ଜଣକ। ଜରୁରୀ ଅବତରଣ କରିବା ପରେ ମୁଖ୍ୟାଳୟ କୁ ସୂଚନା ଦେଇଥିଲେ ପରେ ସୋରଡା ଥାନା କୁ ଜରୁରୀ ଅବତରଣ ସୂଚନା ପାଇବା ପରେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ସୁରକ୍ଷା ବନ୍ଦୋବସ୍ତ କରିଥିଲା। ହେଲିକପ୍ଟର ଟିକୁ ଦେଖିବା ପାଇଁ ଆଖପାଖ ଗ୍ରାମ ରେ ଲୋକେ ଦୌଡିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ