ହୋଲିରେ ସବର୍ଣ୍ଣ ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ରେ ୬ ଜଣ ଆହତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ତିତିଖଣ୍ଡି ଗ୍ରାମରେ ଶନିବାର ଦିନ ମଧ୍ୟାହ୍ନ ରେ ହୋଲି ଖେଳ ବେଳେ ସବର୍ଣ୍ଣ ଅସବର୍ଣ୍ଣ ( ଦଳିତ) ଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟି ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଆହତ ମାନଙ୍କୁ ନିକଟସ୍ଥ ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥଲେ। ଏନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଦଳିତ ଗୋଷ୍ଠି ଙ୍କ ମଧ୍ୟରୁ ପ୍ରମିଳା ଦାସ ଦେଇଥିବା ବେଳେ ଅନ୍ୟ ଗୋଷ୍ଠି ର ଏମ୍,ଆଦି ପାଟପୁର ଥାନା ରେ ଏତଲା ଦେଇଥିବା ଜଣାପଡ଼ିଛି। ଏନେଇ ପାଟପୁର ପୋଲିସ ୧୫୮/୨୫,୧୫୯/୨୫ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଘଟଣାରୁ ଜଣାପଡ଼ିଛି ଗତ ଗଣେଶ ପୂଜା ସମୟରେ ସବର୍ଣ୍ଣ ସାହିର ଲୋକମାନେ ବିସର୍ଜନ ବେଳେ ଗଣେଷ ଙ୍କୁ ତିଟିଖଣ୍ଡି ଗ୍ରାମ ରେ ପଟୁଆର ଆଡମ୍ବର ସହ ପରିକ୍ରମା କରିବା ବେଳେ ଅସବର୍ଣ୍ଣ (ଦଳିତ) ଲୋକ ମାନେ ସାହିରେ ପୁରାଇ ଦେଇନଥିଲେ ।ଯାହାକି ତିକ୍ତତା ସୃଷ୍ଟି ହୋଇଥିଲା ।ଗତ ଶନିବାର ଦିନ ମଧ୍ୟାହ୍ନ ରେ ହୋଲି ଖେଳି ଖେଳି ନିଶାସକ୍ତ ଅବସ୍ଥାରେ ଅସବର୍ଣ୍ଣ ଗୋଷ୍ଠୀ ସବର୍ଣ୍ଣ ସାହି କୁ ଯାଇଥିବା ବେଳେ ପ୍ରଥମେ ବଚସା ପରେ ଗୋଷ୍ଠି ସଂଘର୍ଷ ର ସୂତ୍ରପାତ ଘଟିଥିଲା। ଯାହା ଫଳରେ ଦଳିତ ମାନଙ୍କ ମଧ୍ୟରେ ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ସବର୍ଣ୍ଣ ଗୋଷ୍ଠି ଙ୍କ ଜଣେ ଆହତ ହୋଇଥିବା ବେଳେ ସେମାନଙ୍କୁ ଆଡପଡା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ପରେ ଘରକୁ ଫେରିଥିବା ସୂଚନା ମିଳିଛି। କାହାରିକୁ ଗିରଫ କରାଯାଇନାହିଁ। ଏନେଇ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ