ହୋଲିରେ ସମ୍ବଲପୁରେ ରକ୍ତପାତ ଅଭିଯୁକ୍ତ ଗିରଫ

ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ରଙ୍ଗର ପର୍ବ ହୋଲିର ରକ୍ତ ରଞ୍ଜିତ ହୋଇଛି ସମ୍ବଲପୁର ସହର। ଟାଉନଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ଯ କଥାରେ ବଚସା ପରେ ଘଟି ଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ। ଏଠାରେ ସାହୁଲ ସିଂହ(୨୫) ନାମକ ଯୁବକ ଛୁରୀ ଭୁଷି ଦେବାରୁ ସାହୁ କଲୋନୀର ଆଦିତ୍ଯ ସାଲେମା(୧୮)ଙ୍କ ମୃତ୍ଯୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାହୁଲଙ୍କୁ ଗିରଫ କରି ତନାଘନା ଆରମ୍ଭ କରିଛି। ତାଙ୍କଠାରୁ ହତ୍ୟାରେ ବ୍ଯବହୃତ ଛୁଟିକୁ ପୋଲିସ ଜବତ କରିଛି। ସେହିପରି ଆଦିତ୍ୟଙ୍କ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି।ସୂଚନା ଅନୁସାରେ ସମ୍ବଲପୁରରେ ହୋଲି ପାଇଁ ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ନିଜେ ଆରକ୍ଷୀ ଅଧିକ୍ଷକ ଓ ଅନ୍ଯାନ୍ଯ ପୋଲିସ ଅଧିକାରୀ ମାନେ ସହର ପରିକ୍ରମା କରି ସୁରକ୍ଷା ବ୍ଯବସ୍ଥାକୁ ତର୍ଜ୍ଜମା କରୁଥିଲେ। ଏପରିକି ଯେକୌଣସି ଅଘଟଣକୁ ରୋକିବା ପାଇଁ ଜିଲାର ସମସ୍ତ ଅଞ୍ଚଳର ଅଗ୍ନିଶମ ବାହିନୀ ସଜାଗ ରହିଥିଲା। ସମଗ୍ର ସହରର ବିଭିନ୍ନ ସ୍ଥାନରେ ବେଶ ହର୍ଷ ଉଲ୍ଲାସ ତଥା ଶାନ୍ତି ଶୃଙ୍ଖଳାର ସହିତ ଶିଶୁଠାରୁ ବୟସ୍କ ପର୍ଯ୍ଯନ୍ତ, ବାଳିକା, ଯୁବତୀ, ମହିଳା, ଯୁବକ ହୋଲି ଖେଳରେ ମଜ୍ଜି ରହିଥିଲେ। ସବୁ ଠିକଠାକ ଚାଲିଥିଲା। ହଠାତ ଅପରାହ୍ନ ପ୍ରାୟ ୩ ଟା ସମୟରେ ଟାଉନଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ଯ କଥାକୁ ନେଇ ସାହୁଲ ଓ ଆଦିତ୍ଯ ନାମକ ଦୁଇ ଯୁବକଙ୍କ ମଧ୍ଯରେ ବଚସା ହୋଇଥିଲା। ଏଥିରେ ଉତ୍ଯକ୍ତ ହୋଇ ସାହୁଲ ଧରିଥିବା ଛୁରିରେ ଆଦିତ୍ଯଙ୍କୁ ଆକ୍ରମଣ କରିଥିଲେ। ଛୁରୀ ଆକ୍ରମଣରେ ଆଦିତ୍ଯଙ୍କ ପିଠିରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ