ୟୁରେକା

ଆଜି ଯୋଉଠି ଗୋଟେ ବଡ଼ ଦିବ୍ୟାଙ୍ଗ ଶିଶୁ ସଦନ ଠିଆ ହୋଇଛି ସେଇଟା ଗୋଟେ ରାଜପ୍ରସାଦର ରାଣୀମହଲ ଥିଲା. ସେଠି ଦିବ୍ୟାଙ୍ଗ ଓ ଅପରିପକ୍ୱ ମାନସିକବିକାରଗ୍ରସ୍ତ ଶିଶୁମାନଙ୍କ ପାଇଁ କାମ କରନ୍ତି ଡାକ୍ତର ନିବେଦିତା. ଏ ଅନୁଷ୍ଠାନର ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏହି ଅନୁଷ୍ଠାନରେ ଥିବା ରାଣୀଙ୍କର ଏକ ବିରାଟ ପୁରୁଣା ବଡ଼ ବନ୍ଧେଇ ଫଟୋ ତଳେ ସବୁଦିନ ଶପଥ କରିଥାନ୍ତି କି ନିଜ ନିଜର କର୍ତ୍ତବ୍ୟ ଓ ଦାଇତ୍ୱ ସୁଚାରୁରୂପେ ନିଷ୍ଠାର ସହିତ ପାଳନ କରିବେ. ଏଥିରେ କେହି ବ୍ୟତିକ୍ରମ ହେବେନାହିଁ. ତା ପରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସହିତ ଜରାଶ୍ରୟର ଅନ୍ତେବାସୀ ଓ କର୍ମରତ ସମସ୍ତ ସହକର୍ମୀ ଓ ଶିକ୍ଷାକର୍ମୀଙ୍କ ସହିତ ମିଳିତ ପ୍ରାର୍ଥନା କଲାବେଳେ ଭାଙ୍ଗି ପଡନ୍ତି ଡାକ୍ତର ନିବେଦିତା. ଶିଶୁ ବିଶେଷଜ୍ଞ ହିସାବରେ ସେହି ଡଉଲ ଡାଉଲ ଗୋରା ତକ ତକ ପାଞ୍ଚ ଛଅ ବର୍ଷ ପାଖାପାଖି ପିଲାଟି କୁନୁ ପାଖରେ ତାଙ୍କର ସମସ୍ତ ବିଦ୍ୟା ହାର ମାନିଯାଇଛି. ପିଲାଟି କାହା ସଙ୍ଗେ ମିଶୁନି. ମୁହଁ ଉଠେଇ କାହାକୁ ଚାହୁଁନି ବେଳେ ବେଳେ ରାଗିଯାଇ ଜିନିଷ ପତ୍ର ଫୋପଡ଼ା ଫୋପଡ଼ି କରୁଛି ଓ ଅନେକ ସମୟରେ ନିଜ ସହ ଏଣୁ ତେଣୁ କଥା ହେଉଛି ତ କେବେ କେବେ ନୀରବତା ଗ୍ରାସ କରୁଛି ଛୁଆଟିକୁ. ଗରୀବ ବାପା ମାଆ କେତେ ଆଶା ନେଇ ପୁଅକୁ ଏଠାରେ ଛାଡିଛନ୍ତି, ସେ କଣ ତାକୁ ଠିକ କରିପାରିବେ ନାହିଁ?ତାଙ୍କର ସେଦିନ ପିଲାଦିନ କଥା ମନେପଡ଼ିଲା.ତାଙ୍କର ପ୍ରାୟେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ହେବା ପର୍ଯ୍ୟନ୍ତ ତାଙ୍କ ଜେଜେଙ୍କ ସହ ନିବେଦିତାଙ୍କର କଥପୋକଥନର ସାରମର୍ମ ଥାଏ ଆମ ପୈତୃକ ସାତପୁରୁଷି ପୁରୀର ସାହି ଘରଟାକୁ ବିକିଲ କାହିଁକି ଜେଜେ?ତ ଜେଜେ ଉତ୍ତର ଦିଅନ୍ତି ଘରେ କବାଟ ପଟେ ସାପ, ବେଙ୍ଗ, କୁକୁର ଓ ଗାଈ ପଶିଲେ ତ ଚାଳ ଛପର ନହୋଇ ଉପରୁ ତେଲଗୁଣି ପୋକ, କାଚେରା ପୋକ ଖସିଲେ ତ ତୋ ବାପା ଘରଟାର ଦେଖାଶୁଣା କଲାନି ତ ବିକିନଥାନ୍ତି ଆଉ କଣ କରିଥାନ୍ତି!ତ ସେତେବେଳେ ତେଲଗୁଣି ଓ କାଚେରା ପୋକ କଥା ଶୁଣି ନିବେଦିତା କହନ୍ତି ହଁ ହଁ ଭଲକଲ କିନ୍ତୁ ଟିକେ ବଡ଼ ହୋଇ କଲେଜ ଗଲାପରେ ଓ ବିଜ୍ଞାନର ଛାତ୍ରୀ ହେଲାପରେ ନିବେଦିତାଙ୍କର ଜେଜେଙ୍କୁ ସ୍ପେସିଜ ବୋଲି କହିବାକୁ ଇଛା ହୁଏ. କହିଦିଅନ୍ତି ମଧ୍ୟ ତ ବାପା ବୋଉଙ୍କଠାରୁ କାହିଁକି ଗାଳି ଖାଆନ୍ତି ଜାଣୁ ନଜାଣୁ ବାହାହୋଇ ଶାଶୁ ଘରକୁ ଆସି ସାରିଥାଆନ୍ତି ସିଏ. ଶାଶୁଘରେ ସମସ୍ତଙ୍କ ସହମତିରେ ନିବେଦିତା ଅଧା ଅଧୁରା ପାଠରେ ଯୋଗ ଦେଇ ଡାକ୍ତରୀ ପଢିଲେ ଓ ଡକ୍ଟର ମଧ୍ୟ ବନିଗଲେ.ଶାଶୁଙ୍କ ଚାରିପଟେ ତାଙ୍କ ନାତି ନାତୁଣୀ ମାନେ ଘେରିରହିଥାଆନ୍ତି. ଶୁଣୁଥାଆନ୍ତି ତାଙ୍କର ଶଶୁରଙ୍କ ପ୍ରତି ଥିବା ପ୍ରେମ କାହାଣୀ. ସେ କେମିତି ବେଣୀ ଭିତରେ ଖୋସି ତାଙ୍କ ଗାଁରେ ଶିକ୍ଷକ ଥିବା ତାଙ୍କ ଭାବୀ ସ୍ୱାମୀଙ୍କୁ ଖିଲିପାନ ଦିଅନ୍ତି. ସେକଥା ଶୁଣି ସମସ୍ତେ ଖିଲିଖିଲି ହସୁଥିଲା ବେଳେ ମୋ ପୁଅ ଝିଅ ମଧ୍ୟ ହସୁଥାଆନ୍ତି ଖିଲଖିଲ. ପୁଣି ଶାଶୁଙ୍କୁ କେହି ନାତି ନାତୁଣୀ ପଚାରୁଥାଆନ୍ତି ମାଆ ତୋ ବାହାଘରକୁ କଣ ହୋଇଥିଲା ମଟନ ନା ଚିକେନ ନା ମାଛ? ପୁଣି କିଏ କହୁଥାଏ ଚୁଙ୍ଗୁଡ଼ି ଓ କଙ୍କଡା ହୋଇଥିଲା କି ନାହିଁ? ଶାଶୁ କହନ୍ତି କେଜାଣି ମୋର କଣ ଆଉ ମନେ ଅଛି? କିନ୍ତୁ କହୁଥାନ୍ତି ମନେରଖି ଆମ ବେଳେ ଯୋଉ ବାଜା ବାଜେ ତାହାର ଶବ୍ଦ ରାମ୍ପୁ ରାମ୍ପୁ, ରାମ୍ପୁ ରାମ୍ପୁ. ନୂଆ ନୂଆ କଲେଜ ଯାଇ ପ୍ଲସ ଟୁ ରେ ସାଇନ୍ସ ନେଇ ପଢ଼ୁଥିବା ମୋ ପୁଅ କହୁଥାଏ ମୋ ଜେଜେ ମାଆ ଗୋଟେ ସ୍ପେସିଜ. ଝିଅ କହୁଥାଏ ଭାଇ ସ୍ପେସିଜ କଣ କହୁଛି ମାଆ ଜେଜେମାଆଙ୍କୁ ? ନିବେଦିତା ପୁଅକୁ ଚିଡି କହନ୍ତି ଜେଜେମାଙ୍କୁ କଣ ସେମିତି କୁହନ୍ତି?? ଝିଅ କହୁଥାଏ ହନୁମାନଙ୍କ ପାଟି ସେମିତି ହେଲେ କଣ ହେଲା ସେ ଆମ ପ୍ରଭୁ. ଗଣେଶଙ୍କର ହାତୀ ପରି ଶୁଣ୍ଢ ଥିଲେ ମଧ୍ୟ ସେ ଆମକୁ ବୁଦ୍ଧି ଦେଉଥିବା ପ୍ରଭୁ .ପୁଅ କହୁଥାଏ ଆସିଲା ହନୁମାନ ଓ ଗଣେଷଙ୍କୁ ସ୍ପେସିଜ କରିଦେବାକୁ! ଝିଅ କହୁଥାଏ ପ୍ରଭୁଙ୍କୁ ସେମିତି କହିବୁନି.କିଏ କହୁଛି କି କହି ରାଗିଯାଏ ପୁଅ.ନିବେଦିତା କୁନୁକୁ ମଧ୍ୟ ଏକ ସ୍ପେସିଜ ଭାବୁ ଭାବୁ ଭିତରେ ଭିତରେ ଭାଙ୍ଗି ପଡନ୍ତି ଓ ନିଜକୁ ନିଜେ କାନମୋଡି ଜାଵଡା ଖାଉ ଖାଉ କୁନୁର ମୁହଁଟା କହ୍ନେଇ ପରି ଦିଶୁଥାଏ.ନିବେଦିତାଙ୍କ ବାପା ଆରପାରିକୁ ଚାଲିଗଲେ. ପଛେ ପଛେ ବୋଉ. ନିବେଦିତାଙ୍କର ବାପା ତାଙ୍କ ବାପା ଓ ବୋଉଙ୍କର ଅର୍ଥାତ ନିବେଦିତାଙ୍କ ଜେଜେ ଓ ଜେଜେମାଆଙ୍କର ମୃତ୍ର୍ୟୁ ବାର୍ଷିକୀ ବା ଶ୍ରଦ୍ଧାରୁ ତିଥି ଅନୁଯାୟୀ ଶ୍ରାଦ୍ଧ ପଡୁଥିବା ଦିନମାନଙ୍କରେ ସକାଳେ ଉଠି ଖୁବ କାନ୍ଦନ୍ତି ତ ନିବେଦିତାଙ୍କ ପୁଅ ଯେବେ ତାଙ୍କ ବାପାଙ୍କୁ ଇଏ ବି କମ ସ୍ପେସିଜ ନୁହଁନ୍ତି କହିଆସେ ନିବେଦିତା ଗୋଡ଼ାନ୍ତି ବାଡେଇବାକୁ ତ ଦୌଡ଼ି ପଳାଏ ସେ. ଏ ଭିତରେ ବାପା ଚାଲିଗଲେଣି. ସେ ଚାଲିଯିବାର ଦୁଇ ଚାରିବର୍ଷ ପରେ ସେଇ ଦିନ, ବାର ଓ ଏକା ତିଥିରେ ବୋଉ ବି ଚାଲିଗଲା ତ ଏଣିକି ଭାଇଠୁ ଶିଖି ନିବେଦିତାଙ୍କ ଝିଅ କହୁଥିଲା ପରିବାରଜାକ ସ୍ପେସିଜ ସଦସ୍ୟ. ଲୁହ ଓ କୋହକୁ ଏକାକାର କରି ଦୁଇ ଆଖିରୁ ଲୁହ ଦୁଇଧାର ଗଡି ଆସେ ନିବେଦିତାଙ୍କ ଆଖିରୁ. ଏବେ ସେହି ଲୁହ ଓ କୋହକୁ ହୃଦୟରେ ଚାପି ରଖି ରାଣୀ ସାହେବାଙ୍କ ଫଟୋ ତଳେ ନିଜକୁ ଖୁବ ଅସହାୟ ମଣୁଥିଲେ ନିବେଦିତା. ସେ କୁନୁକୁ ଭଲ କରିବାରେ ଅସଫଳ.ହଠାତ ଏହି ଅସଫଳତା, ଅକ୍ଷମତା ଶବ୍ଦ ଗୁଡ଼ିକରୁ ନିବେଦିତାଙ୍କର ଡାକ୍ତରୀ ବିଜ୍ଞାନର ଅଟିଜିମ କଥା ମନେପଡ଼ିଲା. ଅଟିଜିମ ଆକ୍ରାନ୍ତ ଶିଶୁଙ୍କୁ ଅଟିଷ୍ଟିକ କୁହାଯାଏ, ଯେଉଁମାନଙ୍କ ପାଖରେ ବୁଦ୍ଧିଗତ ଅସ୍ୱାଭାବିକତା ଦେଖାଯାଇଥାଏ ଫଳରେ ସେମାନେ କାହା ମୁହଁକୁ ସିଧାସଳଖ ଚାହିଁ କଥାବାର୍ତ୍ତା ହେବାକୁ କୁଣ୍ଠା ପ୍ରକାଶ କରିବା ସହ ସେମାନଙ୍କ ଭାବଭଙ୍ଗୀ, ଚାଲିଚଳନ ସାଧାରଣ ପିଲାଙ୍କ ଅପେକ୍ଷା ଅଲଗା. ପିଲାଟି ମନକୁ ମନ ହସେ, ଖେଳେ ଓ ବେଳେବେଳେ ବିଭିର୍ଣ୍ଣ ସ୍ୱରଭଙ୍ଗୀରେ ଉଚ୍ଚାରଣ କରିଥାଏ, ଯାହା ସବୁ କୁନୁଠାରେ ପରିଲିକ୍ଷିତ. ଦଉଡି ଗଲେ ନିବେଦିତା ରାଣୀଙ୍କ ପୁରୁଣା ଫଟୋ ପାଖକୁ ଓ ଖୁସିରେ ପ୍ରଣାମ ଜଣେଇ ୟୁରେକା କହି ଖାଇ ପିଇ ଶାନ୍ତିରେ ଶୋଇବାକୁ ଗଲେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ