୧୧୪୦ଲିଟର ଦେଶୀ ମଦ ସମେତ ପିକଅପ ଜବତ
ବେତନଟୀ,(ଉଦିତ କୁମାର ପରିଡା): ବେତନଟୀସ୍ଥିତ ୧୮ନମ୍ବର ଜାତୀୟ ରାଜପଥ ବଙ୍ଗଳାଛକ ନିକଟରେ ଶୁକ୍ରବାର ରାତି ଏକ ଦେଶୀ ମଦ ବୋଝେଇ ପିକଅପକୁ ବେତନଟୀ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ସୂଚନାଅନୁସାରେ ଏକ ବାଦାମ ଚୋପା ବୋଝେଇ ହୋଇଥିବା ପିକଅପଟିରେ ଦେଶୀମଦ ବାଲେଶ୍ୱର ଅଭିମୁଖେ ଚାଲାଣ ହେଉଥିବା ସମୟରେ ବେତନଟୀ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଖବର ପାଇ ବେତନଟୀ ବଙ୍ଗାଳଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଗାଡିଟିକୁ ଅଟକାଇ ତଲାସି ନେବା ପାଇଁ ଚେଷ୍ଟା କରିଥିଲା। ତଲାସି ସମୟରେ ଗାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା। ଗାଡିରେ ବାଦାମ ଚୋପା ବୁରା ତଳେ ଦେଶୀ ମଦ ବୋଝେଇ ହୋଇଥିବା ଦେଖି ଅବକାରୀ ବିଭାଗ ଗାଡିଟିକୁ ଜବତ କରାଯାଇଥିଲା । ଗାଡିଟିକୁ ଜବତ ପରେ ତଦନ୍ତରୁ ସେହି ଗାଡ଼ିରୁ ୧୧୪୦ଲିଟର ଦେଶୀ ମଦ ମିଳିଥିବା ସୂଚନା ମିଳିଥିଲା । ଦେଶୀ ମଦଗୁଡିକର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ସୂଚନା ମିଳିଛି । ଜବତ ସମୟରେ ବେତନଟୀ ଅବକାରୀ ସବଇନ୍ସପେକ୍ଟର ପ୍ରକାଶ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।