୧୫ କୁଇଣ୍ଟାଲ ଗଞ୍ଜେଇ ଜବତ ଗିରଫ ପ୍ରତିବାଦରେ ଥାନା ଘେରାଉ, ରାସ୍ତା ଅବରୋଧ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ହାଡୁପଦର ଗାଁରେ ପୁଲିସ ବିଭିନ୍ନ ଲୋକଙ୍କ ଘରେ ଚଢ଼ାଉ କରି ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କ୍ଷ ଏହି ଗଞ୍ଜେଇ ରଖିବା ଅଭିଯୋଗରେ ଗୋଟିଏ ଗାଁର ୧୧ ଜଣ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ଆଣିଥିଲା କ୍ଷ ତେବେ ବିଳମ୍ବିତ ରାତିରେ ଲୋକେ ଶୋଇଥିବା ବେଳେ ନିରୀହ ଲୋକଙ୍କୁ ପୁଲିସ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ କ୍ଷ ମଙ୍ଗଳବାର ଶତାଧିକ ମହିଳା ଓ ଗ୍ରାମବାସୀ ଅଡବା ଥକ୍ଷନା ଘେରାଉ କରିବା ସହ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ କ୍ଷ ତୁରନ୍ତ ନିରୀହ ଲୋକଙ୍କୁ ଛାଡିବାକୁ ଦାବି କରିଥିଲେ କ୍ଷ ରା.ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା, ମୋହନା ଥାନା ଅଧିକାରୀ ବସନ୍ତ ସେଠି ଲୋକଙ୍କୁ ବୁଝା ସୁଝା କରିଥିଲେ କ୍ଷ ତେବେ ୧୧ ଜଣଙ୍କ ମଧ୍ୟରୁ ସମ୍ପୃକ୍ତ ନଥିବା ୩ ଜଣକୁ ପୁଲିସ ଛାଡିବା ପରେ ଅପରାହ୍ନ ୩ ଟାରେ ରାସ୍ତାରୋକ ହଟିବା ସହ ଲୋକେ ଶାନ୍ତ ପଡ଼ିଥିଲେ କ୍ଷ ଗଞ୍ଜେଇ କାରବାର ରେ ସମ୍ପୃକ୍ତ ଅନ୍ୟ ୮ ଜଣକୁ ଗିରଫ କରାଯାଇଛି କ୍ଷ ସେମାନେ ହେଲେ ସେହି ଗାଁର ଯୋଗେନ୍ଦ୍ର କନ୍ଧ, ଥବିଏସ କନ୍ଧ, ରାଜେଶ କନ୍ଧ, ହିଗିରି କନ୍ଧ, ସୋମନାଥ ମଲିକ, ସୁକାନ୍ତ କନ୍ଧ, ଅନନ୍ତ ମଲିକ, ଥମାସ ନାୟକ କ୍ଷ ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ୨ ଟାରେ ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ହାଡୁପଦର ଗାଁରେ ଅଚାନକ ଚଢ଼ାଉ କରିଥିଲେ କ୍ଷ ଏହି ଚଢ଼ାଉ ରେ ଏସଡିପିଓଙ୍କ ସହ ବିଭିନ୍ନ ଥାନାର ଅଧିକାରୀ, ପୁଲିସ ଟିମ ସାମିଲ ଥିଲେ କ୍ଷ ଗ୍ରାମର ୮ ଜଣଙ୍କ ଘରୁ ୫୧ ଟି ବସ୍ତାରେ ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି କ୍ଷ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ କ୍ଷ ଅଡବା ଥାନାରେ ୩୨/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସଡିପିଓ କହିଛନ୍ତି କ୍ଷଶ ପୂର୍ବରୁ ୨୦୨୨ ସେପ୍ଟେମ୍ବର ୧୩ ରେ ଅଡବା ଥାନା ଝରଣପୁର ଗାଁରେ ପୋଲିସ ଗଞ୍ଜେଇ ଜବତ ସହ ଲୋକଙ୍କୁ ଉଠାଇ ଆଣିବା ପରେ ଅଡବା ଥାନା ଭଙ୍ଗାରୁଜା କରିବା ସହ ପୋଲିସ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ ଅଞ୍ଚଳବାସୀ ଯାହା ଦ୍ୱାରା ଉକ୍ତ ଭଙ୍ଗା ରୁଜା ଘଟଣା ରେ ପୋଲିସ କିଛି ଲୋକଙ୍କୁ ଗିରଫ କରିଥିଲା ଘଟଣା କୁ ନିୟନ୍ତ୍ରିତ ପାଇଁ ରାମଗିରି ଆର ଉଦୟଗିରି ଓ ଜିଲ୍ଲା ରୋ ପୋଲିସ ପହଂଚିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ