୧୬ ତାରିଖଠାରୁ ମାଁ ରାମଚଣ୍ଡି ମହୋଉତ୍ସବ ମୁଖ୍ୟ ଆକର୍ଷଣ ବର୍ଣ୍ଣାଳି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୂରସ୍ଥିତ ଋଷିକୂଲ୍ୟା ତଟ ଦେଶରେ ଅବସ୍ଥିତ ଶକ୍ତିପୀଠ ମାଁ ରାମଚଣ୍ଡୀ ଙ୍କ ମନ୍ଦିର ପ୍ରତିଷ୍ଠା ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ” ମାଁ ରାମଚଣ୍ଡି ମହୋଉତ୍ସବ ” ୧୬ ତାରିଖଠାରୁ ଆରମ୍ବ ହେବ l. ଏହି ଅବସରରେ ମହାକୁମ୍ବରୁ ଆସିଥବା ସାଧୁ, ସନ୍ଥ ମାନଙ୍କୁ ନେଇ ବିଶାଳ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହେବ l ପ୍ରତିଦିନ ସନ୍ଧ୍ୟାରେ ଲୋକକଳା ସହ ନାମିଦାମୀ କଣ୍ଠ ଶିଳ୍ପୀ ବର୍ଣ୍ଣାଳି ହୋତା,ସଂଗୀତା ପାଢ଼ୀ,ସ୍ମୃତି ମହାପାତ୍ର,ସୁଜ୍ଞାନୀ ମହାପାତ୍ର,ପ୍ରଜ୍ଞା ହୋତା,ଗଣେଶ ପଟ୍ଟନାୟକ, ଡ଼କ୍ଟର ଚନ୍ଦନ ଗନ୍ତାୟତ, ଓ ଚାଳଚିତ୍ର ଜଗତର ସୁପରଷ୍ଟାର ଅଭିନେତା ଅନୁଭବମହାନ୍ତି,ଆକାଶଦାସ ନାୟକ, ଅଭିନେତ୍ରୀ ଭୂମିକାଦାସ, ଶୀତଳ ପାତ୍ର,ଓ ଅନ୍ତଃ ଜାତୀୟ ଉଦଘୋଷାକ ଜ୍ଞାନାନନ୍ଦ ସାଗର ଯୋଗଦେବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି l ଏହି ମହୋଉତ୍ସବ ଚଳିତ ମାସ ୧୬,୧୭,୧୮ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ