୧୭ ତମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ, ରାମେଶ୍ୱର କ୍ରିକେଟ କ୍ଲବକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ଫାଇନାଲରେ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଚଢେଇଭୋଳ ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ୧୭ ତମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପର ଆଜିର ସେମିଫାଇନାଲ ମ୍ୟାଚ ରାମେଶ୍ୱର କ୍ରିକେଟ କ୍ଲବ ଭୁବନେଶ୍ୱର ଓ ଇଷ୍ଟକୋଷ୍ଟ ରେଲୱେ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଆଜି ମ୍ୟାଚରେ ଟସଜିତି ରାମେଶ୍ୱର କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୨ ଓଭରରେ ୮ ବି୍ୱିକେଟ ହରାଇ ୧୪୨ ରନ ସଂଗ୍ରହ କରି ବିପକ୍ଷ ଇଷ୍ଟକୋଷ୍ଟ ରେଲୱେକୁ ୧୪୩ ରନର ଟାର୍ଗେଟ ଦେଇଥିଲା ଇଷ୍ଟକୋଷ୍ଟ ରେଲୱେ ବିଜୟ ପାଇଁ ଧାର୍ଯ୍ୟ ୧୪୩ ରନ ଲକ୍ଷ ନେଇ ବ୍ୟାଟିଂ କରିଥିଲା ଓ ୧୭.୪ ଓଭରରେ ୪ ୱେକେଟ ହରାଇ ୧୪୩ ରନ ସଂଗ୍ରହ କରି ବିଜୟୀହୋଇ ଫାଇନାଲକୁ ଉନ୍ନୀତ ହୋଇଥିଲା ଏହି ମ୍ୟାଚରେ ଅମ୍ପାୟାର ଭାବେ ଓସିଏ ପ୍ୟାନେଲ ଅମ୍ପାୟାର ଲଲାଟନନ୍ଦ ଓ ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ
ସ୍କୋରର ଭାବେ ଦୀପକ ସାହୁ, ଇମ୍ରାନ ଅଲ୍ଲୀ, ଅଵାସ ଅଲ୍ଲୀ, ନାଶିର କୁଦୁଷ ଦାୟିତ୍ୱ ତୁଲାଇଥିଲେ ଅବଦୁଲ ମଲ୍ଲୀକ, ଅସଗର ଅଲ୍ଲୀ, ଧାରାବିବରଣୀ ପ୍ରଦାନ କରିଥିଲେ
ମ୍ୟାଚ ଶେଷ ରେ ସମ୍ପାଦକ ସବୀର ଅଲ୍ଲୀ ଙ୍କ ତତ୍ୱାବଧାନ ରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ସାଂସଦ ପ୍ରତିନିଧି ଉମେଶ ବେହେରା,ଖଲିଲୁର ରେହେମାନ,ଇନ୍ଦ୍ରମଣୀ ମହାକୁଡ଼, ନଦିଆ ବେହେରା ପ୍ରମୁଖ ଉପସ୍ଥିତ ହୋଇ ୧୩ ବଲରେ ୩ ଟି ଛକା ଓ ୪ ଟି ଚୌକା ସହାୟତା ରେ ୩୬ ରନ ଓ ୪ ଓଭର ବୋଲିଂ କରି ୨୭ ରନ ଦେଇ ୨ଟି ୱେକେଟ ନେଇଥିବା ଇଷ୍ଟ କୋଷ୍ଟ ରେଲୱେ ର ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ
ଏହି ଟୁର୍ନାମେଣ୍ଟ କୁ ପରିଚାଳନା ରେ ମହମ୍ମଦ ସରାଫତ ଆଲମ , ମହମ୍ମଦ କାଦିର ,ଜାହିର ଅଵାସ,ବିଜୟ ବାରିକ, ଆସଗର ଅଲ୍ଲୀ, ବୁଲୁ ମିଶ୍ର, ଆବୁ ତାଲିବ ପ୍ରମୁଖ ସହଯୋଗ କରିଥିଲେ
ଆସନ୍ତା ୧୨ ତାରିଖ ରବିବାର ଦିନ ୧୭ ତମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ ର ଫାଇନାଲ ମ୍ୟାଚ ଇଷ୍ଟ କୋଷ୍ଟ ରେଲୱେ, ଭୁବନେଶ୍ୱର ଓ ଯୁନାଇଟେଡ଼ କ୍ରିକେଟ କ୍ଲବ,ରାଞ୍ଚି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସବୀର ଅଲ୍ଲୀ ସୂଚନା ଦେଇଛନ୍ତି.