୧୯୬୨ ଯୁଦ୍ଧର ପ୍ରତିଶୋଧ ନେଲା ଭାରତୀୟ ସେନା

(ଅକ୍ଟୋବର ୨୦, ଭାରତ ଚିନ୍ ଯୁଦ୍ଧର ୬୨ବର୍ଷ ପୂୂର୍ତ୍ତି ଅବସରରେ)
ପ୍ରଦୀପ ସେନାପତି
ବିଫଳତାରୁ ମଣିଷ ଶିକ୍ଷାଲାଭ କରେ । ଚିନ୍ ସହ ଅକ୍ଟୋବର ୨୦,୧୯୬୨ର ଏହି ଏକମାସ ବ୍ୟାପି ଏବଂ ଚିନ୍‌ର ଏକ ତରଫା ଯୁଦ୍ଧରେ ଭାରତକୁ ଯେଉଁ ଆଘାତ ଲାଗିଥିଲା ତା’ର କ୍ଷତି ଆଜି ବି ୬୨ ବର୍ଷ ପରେ ମଧ୍ୟ ଆହୁରି ତାଜା ରହିଛି । ୧୯୬୨ ମସିହା ପରଠାରୁ ବର୍ତ୍ତମାନ ଭାରତ ଚୀନ୍ ସମ୍ପର୍କ ସବୁଠୁ ନିମ୍ନ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କର ଗତବର୍ଷ ଆମେରିକା ଗ୍ରସ୍ତ ଏବଂ ବର୍ତ୍ତମାନ ନିକଟରେ ରୁଷ ଗ୍ରସ୍ତ ପରିପ୍ରେକ୍ଷୀରେ ଏହି ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିଛି । ତେବେ ଏହାକୁ ନେଇ ଚୀନ୍‌ର ଗାତ୍ରଦାହ ହୋଇଛି ହେବା ମଧ୍ୟ ସ୍ୱାଭାବିକ । ସୀମାରେ ଚିନ ଯେଉଁ ଉତ୍ତେଜନା ସୃଷ୍ଟି କରିଚାଲିଛି ତାହା ଆମ ଦେଶ ପାଇଁ ସୃଷ୍ଟି କରିଛି ବିରାଟ ଆହ୍ୱାନ । ଏହି ପରିପ୍ରେକ୍ଷୀରେ ଭାରତକୁ ଦେଇଛି ଏକ ଶିକ୍ଷଣୀୟ ବାର୍ତ୍ତା । ଏହି ଶିକ୍ଷାରୁ ଯୁଦ୍ଧପାଇଁ ସଦାସର୍ବଦା ପ୍ରସ୍ତୁତ ଆମ୍ଭ ଭାରତୀୟ ଜବାନ୍ । ୧୯୬୨ର ଭାରତ ଏବେ ନାହିଁ ବୋଲି ଚିନ୍‌କୁ ମଧ୍ୟ ଚେତାବନୀ ଦେଇଛି । ୨୦୨୦ ମସିହା ଜୁନ ୧୫ ତାରିଖରେ ଲଦାଖର ଗଲୱାନ ଘାଟିରେ ଚୀନର ପିପୁଲସ ଲିବେରେସନ ଆର୍ମିର ଭାରତୀୟ ସେନା ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ସମଗ୍ର ଦେଶରେ ସୃଷ୍ଟି କରିଥିଲା ଯୁଦ୍ଧ ଉନ୍ମାଦ । ଗଲୱାନ୍ ଘାଟିରେ ଚୀନ ସେନାର ୬୨ ଭଳି ହଠାତ୍ ଯୋଜନାବଦ୍ଧ ଆକ୍ରମଣ ପାଇଁ ପି.ଏଲ.ଏ. ହାତାହାତି ଯୁଦ୍ଧରେ ସୈନ୍ୟ ନିୟୋଜିତ କରିଥିଲା ଯେଉଁଥିରେ ଆମର ୨୦ ଜଣ ବୀର ଜୱାନ ସହିଦ୍ ହୋଇଥିଲେ । ଚୀନ ସୈନ୍ୟଙ୍କ ମାରଣାସ୍ତ୍ର ପ୍ରୟୋଗ ଓ ମରଣାନ୍ତକ ଆକ୍ରମଣ କୌଣସି ସଭ୍ୟ ଓ ପ୍ରଫେସନାଲ ସୈନ୍ୟଙ୍କ କାର୍ଯ୍ୟ ନୁହେଁ ବୋଲି ବିବେଚନା କରାଯାଏ । ୧୯୬୨ରେ ଏକ ପ୍ରକାର ଓ ଏକ ତରଫା ଯୁଦ୍ଧରେ ଚୀନ୍ ହାତରେ ପରାଭବର ଗ୍ଳାନି ଆଜି ବି ଭାରତୀୟ ସେନାକୁ ଭୂତ ହୋଇ ଗୋଡ଼ାଉଥିବା ବେଳେ ଗଲୱାନ ଘାଟିରେ ଏହାର ଦୃଢ ପ୍ରତିଶୋଧ ନେଲା ଭାରତୀୟ ସେନା । ଏହି ସଂଘର୍ଷରେ ଚୀନର ୪୨ରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିଲେ । ଏଥିରେ ଲଜ୍ଜ୍ୟାର କଥା ଯେ, ଚିନ୍ ଏହାକୁ ଲୁଚାଇ ରଖିଥିଲା ।ଚକ୍ରାନ୍ତକାରୀ ଚୀନ୍ ଡ଼୍ରାଗନକୁ ସାବଧାନତାର ସହିତ ଭାରତୀୟ ସେନା ସଦା ସର୍ବଦା, ସମସ୍ତ ପ୍ରସ୍ତୁତି ସହିତ ଜଗି ନିଜକୁ ସୁଦୃଢ କରିପାରିଛି । ବଢୁଛି ଭାରତୀୟ ସେନାର ପତିଆରା । ଭାରତ ଚୀନ ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ୩୪୮୮ କି.ମି. ଦୀର୍ଘ ଏଲ ଏସି ରହିଛି ଯାହାକି ପୃଥିବୀର ଦୀର୍ଘତମ ଅସମାହିତ ସ୍ଥଳସୀମା ବିବାଦ । ଏକଦା ବିଶ୍ୱରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଆଗୁଆ ହୋଇ ପଞ୍ଚଶୀଳନୀତି ଗ୍ରହଣ କରିଥିଲେ ମଧ୍ୟ ସୀମା ବିବାଦ କାରଣରୁ ୧୯୬୨ ମସିହା, ଅକ୍ଟୋବର ୨୦ ତାରିଖରେ ଯୁଦ୍ଧଭୂମିରେ ଉଭୟ ଦେଶ ଅବତୀର୍ଣ୍ଣ ହୋଇଥିଲେ । ଗଲୱାନରେ ଘଟିଥିବା ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ ବହୁବାର କୂଟନୈତିକ ଆଲୋଚନା ତଥା ସାମରିକ ସ୍ତରୀୟ, କମାଣ୍ଡସ୍ତରୀୟ ଆଲୋଚନା କାରଣରୁ ଉତ୍ତେଜନା କିଛି ପରିମାଣରେ ପ୍ରଶମିତ ହେବାରୁ ଯୁଦ୍ଧ ବାଦଲ ହଟି ଯାଇଥିଲା । ଏବେ ସେହି ନିଆଁକୁ କୁହୁଳାଇ ରଖି ଚିନ୍ ମଝିରେ ମଝିରେ ପୁଣି ଉତ୍ତେଜନା ସୃଷ୍ଟି କରିଚାଲିଛି । ଏହି କାରଣରୁ ଭାରତ ପକ୍ଷରୁ ୬୦ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ସୀମାରେ ନିୟୋଜିତ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ