୩୨୬ରାଜ୍ୟ ରାଜପଥରେ ବେଆଇନ୍ ହମ୍ପସ୍ ୨୫ କିଲୋମୋଟରେ ମଧ୍ୟରେ ୪୦ ହମ୍ପସ୍
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ): ସରକାର ଗମନା ଗମନର ସୁବିଧା ପାଇଁ ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି ହେଲେ ରାସ୍ତାରେ ନିର୍ମାଣ କରାଯାଉଥିବା ବେଆଇନ ହମ୍ପସ୍।ହେଲେ ଏହି ହମ୍ପସ୍ ରାସ୍ତାରେ ଯାତାୟାତ କରୁଥିବା ସବୁ ଗାଡି ଚାଳକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ କରାଇବା ସହ ଗାଡି ଚାଳକ ମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ବେଆଇନ ଭାବେ ନିର୍ମାଣ ହୋଇଥିବା ହମ୍ପସ୍ ଯୋଗୁ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରିଦେଇଥିବା ନଜିର ରହିଛି।ଏପରି ନିତୀଦିନିଆ ଦୃଷ୍ୟ ଦେଖିବା ପାଇଁ ମିଳୁଛି ବିଷମ କଟକ ରୁ ରାୟଗଡା କୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥ । ବିଷମ କଟକ ରୁ ରାୟଗଡା ଯିବା ରାସ୍ତାରେ ଥେରୁବାଲି ଗ୍ରାମ ମାତ୍ର ପଚିଶି କିଲୋମିଟର ହୋଇଥିବା ବେଳେ ଏହି ପଚିଶି କିଲୋମିଟର ଯିବାକୁ ହେଲେ ୪୦ରୁ ଉର୍ଦ୍ଧ ବେଆଇନ୍ ଉଚ୍ଚ ଉଚ୍ଚ ହମ୍ପସ୍ କୁ ପାର କରିବାକୁ ପଡୁଛି । ଏହି ରାସ୍ତା ମଧ୍ୟରେ ଯେତିକି ଛୋଟ ଛୋଟ ଗାଁ ପଡୁଛି ସେତିକି ଦୁଇଟି ଲେଖାଁଏ ହମ୍ପସ୍ ନିର୍ମାଣ ହୋଇଛି । ଏହି ହମ୍ପସ୍ ଗୁଡିକ ବହୁ ଉଚ୍ଚତା କରାଯାଇଥିବା ରୁ ଦୁଇଚକିଆ ଗାଡି ଠାରୁ ଆରମ୍ଭ କରି ବଡ଼ ବଡ଼ ଯାନବାହାନ ଦୁର୍ଘଟଣା ର ଶିକାର ହେଉଥିବା ସହ ହମ୍ପସ୍ ପାର କଲା ବେଳେ ଆଧିକାଂଶ ବାଇକ ପଛରେ ବସିଥିବା ମହିଳା ମାନେ ଗାଡିରୁ ତଳକୁ ଖସିପଡି ଆହତ ହେଉଛନ୍ତି । ସବୁବେଳେ ଏହି ହମ୍ପସ୍ ଗୁଡିକରେ ଟ୍ରକ ଗୁଡିକ ଫସି ଗାଡି ର ଯନ୍ତ୍ରାଶଂ ଭାଙ୍ଗି ରାସ୍ତା ଅବରୋଧ ମଧ୍ୟ ହେଉଛି । ଆହୁରି ମଧ୍ୟ ଛୋଟ ଦୁଇଚକିଆ ଏବଂ ଚାରି ଚକିଆ ଗାଡି ଗୁଡକ ହମ୍ପସକୁ ପାର କରିବା ସମୟରେ ପଛପଟରୁ ବଡ ବଡ ଗାଡି ଛୋଟ ଗାଡିଗୁଡିକୁ ଧକ୍କା ମଧ୍ୟ ଦେଇ ଚାଲି ଯାଉଛି । ଏହି ରାସ୍ତାରେ ଯିବା ବର୍ତମାନ ସୁରକ୍ଷିତ ପରିବର୍ତେ ବିପଦ ସଂକୁଳ ହୋଇପଡିଛି ।ସତେ ଯେମିତି ଏହି ରାସ୍ତା ରେ ଯମ ଅପେକ୍ଷା କରି ବସିଛନ୍ତି।ମୂଖ୍ୟ ସଡକ ରେ କୌଣସି ହମ୍ପସ୍ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସରକାରଙ୍କ କଡା ନିୟମ ରହିଥିଲେ ମଧ୍ୟ ଏହି ନିୟମ କୁ ବେଖାତର କରି ପୂର୍ତବିଭାଗ ଦ୍ୱାରା ହମ୍ପସ୍ ଗୁଡିକ ନିର୍ମାଣ କରାଯାଉଛି । ଯଦି ବିଭାଗ ଦ୍ୱାରା ହମ୍ପସ୍ ନିର୍ମାଣ କରାଯାଉଛି ତେବେ ଏହି ହମ୍ପସ୍ ଗୁଡିକର ଉଚ୍ଚତ କମାଇବା ସହ ଏହା ଉପରେ ନିୟମିତ ବ୍ୟବଧାନରେ ଧଳା ଚୁନ ଦେବାର ଆବଶ୍ୟକତା ରହିଛି । ଯାହାଫଳରେ ଗାଡିଚାଳକ ମାନେ ଅନ୍ତତଃ ପକ୍ଷେ ଜାଣିପାରିବେ କି ନିଦ୍ଧିଷ୍ଟ ସ୍ଥାନରେ ହମ୍ପସ୍ ରହିଛି ଯଦ୍ୱାରା ସେମାନେ ସଚେତନା ହୋଇଯିବେ ଏବଂ ଗାଡି ଟିକୁ ନିଜ ନିୟନ୍ତ୍ରଣ ରେ ରଖି ସତର୍କତାର ସହ ହମ୍ପସ୍ କୁ ପାର ହେବେ । ମୂଖ୍ୟ ସଡକରେ ବ୍ଲାକ ସ୍ପଟ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ହମ୍ପସ ନିର୍ମାଣ ନିୟମ ନଥିବା ବେଳେ ରାସ୍ତା ନିର୍ମାଣ ଏବଂ ମରାମତି ସମୟରେ ଗ୍ରାମ ବାସୀ ମାନେ ଯୋର ଜବରଦୋସ୍ତ ରାସ୍ତାର ଦୁଇ ପାଶ୍ୱରେ ହମ୍ପସ୍ ନିର୍ମାଣ ନିମନ୍ତେ ଠିକାଦାର କୁ ବାଧ୍ୟ କରୁଛନ୍ତି । ହମ୍ପସ୍ ନିର୍ମାଣ ନ ହେବା ଯାଏ ରାସ୍ତା ନିର୍ମାଣ କାର୍ଯ୍ୟ କରୁିବାକୁ ଦେଉନଥିବାରୁ ଠିକାଦାର ମାନେ ବାଧ୍ୟ ହୋଇ ହମ୍ପସ୍ ନିର୍ମାଣ କରାଯାଉଥିବା ବିଭାଗୀୟ ଅଧିକାରୀ ମାନେ ପ୍ରକାଶ କରୁଛନ୍ତି । ଯେଉ ଗ୍ରାମ ବାସି ହମ୍ପସ୍ ନିର୍ମାଣ କରିବାକୁ ବାଧ୍ୟ୍ୟ କରୁଛନ୍ତି ତାହା ହେଲେ ଦୁର୍ଘଟଣା ରେ ଶିକାର ହେଉଥିବା ପରିବାରକୁ ସେମାନେ କ୍ଷତି ପୂରଣ ଦେବେ କି। ବିଭାଗୀୟ ଅଧିକାରୀ କିମ୍ୱା ଠିକାଦାର ଆଇନ ର ଆଶ୍ରୟ କହିକି ନେଉ ନାହାନ୍ତି। ଯେଉ ମାନେ ବେଆଇନ ହମ୍ପସ୍ ନିର୍ମାଣ ଦାବି କରୁଛନ୍ତି ସେମାନଙ୍କ ଠାରୁ ଯେ କୌଣସି ବ୍ୟକ୍ତିଙ୍କ ଦୁର୍ଘଟଣା ଘଟିବ ସେଥିପାଇଁ ସେମାନେ ଦାଈ ରହିବେ ବୋଲି ବିଭାଗୀୟ ଅଧିକାରିଙ୍କ ତରଫରୁ ଲିଖିତ ଆକାର ରେ ରଖା ଗଲେ ଏହାର ସମଧାନ ହେଇ ପାରିବ। ନିଜେ ସଚେତନା ନହେବା ଅନ୍ୟକୁ ମୃତ୍ୟୁ ମୁଖରେ ଠେଲି ଦିଆଯାଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ତେଣୁ ଖୁବ ଶୀଘ୍ର ରାସ୍ତାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ବଡ ବଡ ହମ୍ପସ୍ ଗୁଡିକୁ ତୁରନ୍ତ ଉଛେଦ କରିବାକୁଭଲ ପାଇଁ ସାଧାରଣରେ ଦାବି ହେଉଛି । ପୂର୍ତ ବିଭାଗ ତରଫରୁ ଯାତ୍ରୀ ଙ୍କ ସମସ୍ୟାକୁ ଦୃଷ୍ଟି ରେ ରଖି ବଡ ଅମ୍ପସ୍ ର ଉଚ୍ଛେଦ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାସ୍ତାରେ ଯାତାୟତ କାରୁଥିବା ଯାତ୍ରୀ ଙ୍କ ଜୀବନ ସୁରକ୍ଷିତ ରହିପାରିବା ସହ ରାସ୍ତାରେ ଦୁର୍ଘଟଣାର ସଂଖ୍ୟ କମିବାର ବେସ ସମ୍ଭାବନା ରହିଛି ।