୩୬୩ ଜଣ ନୂତନ ହିତାଧଧିକାରୀଙ୍କୁ ଭତ୍ତା ପ୍ରଦାନ

ନିମାପଡା,( ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡା ପଞ୍ଚାୟତ ସମିତି ସଭା ଗୃହରେ ବିଭିନ୍ନ ପଞ୍ଚାୟତର ୩୬୩ ଜଣ ନୂତନ ହିତାଧଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି ଭତ୍ତା ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ବିଡିଓ ଡଃ. ଅଭିଜିତ ଷଡଙ୍ଗୀ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ, ଜିପିଡିଓ ରତିକାନ୍ତ ସାହୁ ପ୍ରମୁଖ ଯୋଗଦେଇ ୮୦ ବର୍ଷର ଊର୍ଦ୍ଧ୍ୱ ବୟସ୍କ ୩୬୩ ଜଣ ହିତାଧିକାରୀ ଙ୍କୁ ୩୫୦୦ ଟଙ୍କା ଏବଂ ୯୮ ଜଣ ବିଧବା ଓ ୧୪ ଜଣ ଅବିବାହିତା ଙ୍କୁ ୧ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ