୩୭ତମ ଲାୱସିଆ ସମ୍ମିଳନୀରେ ଆଇନଜୀବି ସୁଶାନ୍ତ
ପୋଲସରା,(ଅନିଲ କୁମାର ମହାରଣା):ଏସୀୟ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ସେଣ୍ଟର୍(ଏଆଇଏସି) ମାଲେସିଆର କୁଆଲାଲମପୁର ଠାରେ ଅକ୍ଟୋବର ୧୩ ତାରିଖ ଦିନ ଅନୁଷ୍ଠିତ ୩୭ ତମ ଲାୱସିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଟ୍ ଜଜ୍ ଭାବେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଜେ ଡେଙ୍ଗାପଦର ଗ୍ରାମର ଆଇନଜୀବି ସୁଶାନ୍ତ ମଳିକ ଯୋଗଦେଇଛନ୍ତି। ଅନୁଷ୍ଠିତ ଲାୱସିଆ ଆନ୍ତର୍ଜାତିୟ ସମ୍ମିଳନୀକୁ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ବିନ ଇବ୍ରାହିମ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ସୁଶାନ୍ତ ମଳିକ ମଧ୍ୟ ମୁଟ୍ ଜଜ୍ ଭାବେ ନିଜର ବକ୍ତବ୍ୟ ରଖିବାକୁ ସୁଯୋଗ ପାଇଥିଲେ। ଏଥିପାଇଁ ଲାଉସିଆ ମୁଟ ଷ୍ଟାଣ୍ଡିଂ କମିଟି ସଚିବ ନିକୋଲ ଚି, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଆଡଭୋକେଟ ମଳିକ ବିଧିବଦ୍ଧ ଭାବେ ଆମନ୍ତ୍ରଣ କରିଥିଲେ। ପୋଲସରା ଅଞ୍ଚଳର ଜଣେ ଓଡ଼ିଆ ପୁଅ ମାଲେସିଆରେ ଅନୁଷ୍ଠିତ ଆନ୍ତର୍ଜାତିକ ଅଧିବେଶନରେ ମୁଟ୍ ଜଜ୍ ଭାବେ ଯୋଗଦେଇଥିବା ଯୋଗୁଁ ପୋଲସରା ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି।