୫ମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କ ଅକାଳ ବିୟୋଗରେ ଶୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢାମୁଣିଗାଁର ଜଣେ ୫ମ ଶ୍ରେଣୀର ମେଧାବୀ ଛାତ୍ରୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଢାମୁଣିଗାଁର ନିହାରିକା (୧୦) ନାମକ ଛାତ୍ରୀ ଶନିବାର ରାତ୍ର ସମୟରେ ସ୍ୱଭାବିକ ଭାବେ ଭୋଜନ ସାରି ଶୋଇଥିଲେ । ରାତ୍ରରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରି ଉଠିପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଖବର ଶୁଣି ସେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାରାଣା ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲରେ ପଢୁଥିବା ସହପାଠୀ ପ୍ରମୁଖ ପହଞ୍ôଚ ଗଭୀର ଦୁଃଖ ପ୍ରକାଶ କରି ନିହାରିକା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ ବୋଲି କହି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏହା ସହ ଢାମୁଣିଗାଁରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଥିଲା ।