୭ ହଜାର ୨୨୬ ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଲେ

ନିମାପଡ଼ା,(ସନ୍ତୋଷ ଦାଶ):ବାତ୍ୟା ଦାନା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ଗୁରୁବାର ସଂଧ୍ୟା ସୁଦ୍ଧା ୧୬୨ ବାତ୍ୟା ଆଶ୍ରୟସ୍ଥଳୀ କୁ ୭୨୨୬ ଜଣ ଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ସ୍ବାଇଁ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ।ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।ଆଶ୍ରୟ ନେଇଥିବା ଲୋକ ଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି।ଜିଲ୍ଲା ର ୧୧ ବ୍ଲକର ୫୯ ପଞ୍ଚାୟତ ର ୧୯୦ ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୨୯ ୱ୍ବାର୍ଡ ର ଲୋକେ ପ୍ରଭାବିତ ହୋଇଛନ୍ତି।ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ପୁରୀ ଜିଲ୍ଲା ଅରେଞ ରୁ ରେଡ ଯୋନକୁ ଥିବା ରୁ ଲୋକ ମାନେ ଆଶ୍ରୟ ସ୍ଥଳକୁ ଆସିବାକୁ ଲାଗିଛନ୍ତି। ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି।ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟ ର ତଦାରଖ କରୁଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟା ର ସଫଳ ମୁକାବିଲା ପାଇଁ ଆଜି ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି।ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି କାର୍ଯ୍ୟରେ ସହଯୋଗ ଓ ପରାମର୍ଶ ଦେଉଛନ୍ତି।ଜିଲ୍ଲାରେ ଚଳିତ ମାସ ୨୧ ରୁ ୨୮ ତାରିଖ ମଧ୍ୟରେ ପ୍ରସବ ଦେବାକୁ ଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୦୪ ଜଣ ଶିଶୁ ମାନଙ୍କୁ ପ୍ରସବ ଦେଇ ସାରିଥିବା ବେବେ ୭୪ ଜଣ ଙ୍କୁ ଚିକିତ୍ସାଳୟରେ ରଖାଯାଇଛି ଓ ପକ୍କା ଘର ଥିବା ରୁ ୩୧ ଜଣ ପ୍ରସବ ସମୟ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ରହିଛନ୍ତି।ଜିଲ୍ଲା ରେ ୧୪ ଟି ମେଡ଼ିକାଲ ଟିମ,୧୬ ଟି ପ୍ରାଣୀ ଚିକିତ୍ସା ଟିମ ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ଅଛନ୍ତି।ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର କୂଳକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାପାଳ ଶ୍ରୀ ସ୍ବାଇ ଓ ଏସ ପି ବିନୀତ ଅଗ୍ରୱାଲ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ