ଅଁରାରେ ଜମି ଚିହ୍ନଟକୁ ନେଇ ବିବାଦ
ହାଟଡ଼ିହି : ଅଁରା ଗ୍ରାମରେ ସରକାରୀ ରାସ୍ତା ନିର୍ମାଣ ବେଳେ ଜଣେ ବ୍ୟକ୍ତିଙ୍କ ଘରବାଡି ଚିହ୍ନଟକୁ ନେଇ ବିବାଦ ଉପୁଜିଛି । ଗତକାଲି ଗ୍ରାମରେ ଡଅଁର ରାଜସ୍ୱ ନିରୀକ୍ଷକ ଓ ତହସିଲ ଅମିନ ଅଁରା ଗ୍ରାମରେ ଜମି ଚିହ୍ନଟ ପାଇଁ ଯାଇ ଅମିନ ମାପଚୁପ କରୁଥିବାବେଳେ ରାଜସ୍ୱ ନିରୀକ୍ଷକ ନକ୍ସା ଓ ଗୁନିଆ ଛଡେଇନେଇ ନିଜେ ମାପଚୁପ କରିଥିଲେ । ଅମିନଙ୍କ ଚିହ୍ନଟ ଗୋଟିଏ ସ୍ଥାନରେ ହୋଇଥିବାବେଳେ ରାଜସ୍ୱ ନିରୀକ୍ଷକଙ୍କ ମାପ ଆଉ ଗୋଟିଏ ହୋଇଥିଲା । ଫଳରେ ଏହି ମାପଚୁପରେ ଗ୍ରାମବାସୀମାନେ ସନ୍ତୁଷ୍ଟ ନହୋଇ ସମ୍ପୁର୍ଣ୍ଣ ଜମିକୁ ମାପ କରି ଚିହ୍ନଟ କରିବାକୁ ଚାହିଁବାରୁ ରାଜସ୍ୱ ନିରକ୍ଷକ ସମୟ ହେବନି ବୋଲି କହି ପଳାଇ ଆସିଥିଲେ । ଯାହାକୁ ନେଇ ଗ୍ରାମରେ ଅସେନ୍ତାଷ ପ୍ରକାଶ ପାଇବା ସହ ଠିକଭାବେ ତହସିଲ ଅମିନଙ୍କ ଦ୍ୱାରା ମାପ କରାଇବାକୁ ଗ୍ରାମର ଅକ୍ଷୟ ଯେନା, ବୀରକିଶୋର ଯେନା, ଅରୁଣ ଯେନା, ରୋହିତ ଯେନା, ଅପର୍ତ୍ତି ଯେନା, ପବିତ୍ର ଯେନା ପ୍ରମୁଖ ଦାବିକରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।