ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତକୁ ଶୁକ୍ରବାର ଦିନ ରାସନ୍ ପାଇଁ ଯାଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପ୍ରବଳ ଗ୍ରୀଷ୍ମତାତି ଓ ଗୂଳଗୁଳି । ଶୁକ୍ରବାର ଦିନ ରାସନ୍ ହିତାଧିକାରୀ ମାଇନ ମାଝୀ(୩୫) ଚାଉଳ ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡି ଯାଇଥିଲେ ।ପାଣି ପାଇଁ ଡହଳ ବିକଳ ହେଉଥିଲେ । ତାଙ୍କୁ ସଙ୍ଗେ ସଂଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।ପରେ ପରିସ୍ଥିତି ଗୁରୁତର ହେବାରୁ ବାରିପଦା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶନିବାର ମୋର ୫ଟା ସମୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଥିଲେ । ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ତାଙ୍କ‌ ପରିବାରକୁ ହସ୍ତାନ୍ତର କରାଯାଇଥିଲା । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇ ଥିଲା ତାହା ତଦନ୍ତ ସାପେକ୍ଷ । ଅଁଳାଯୋଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ରାସନ୍ ହିତାଧିକାରୀଙ୍କ ପାଇଁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଯୋଗାଣ ସହାୟିକା ଜଳଛତ୍ର ବ୍ୟବସ୍ଥା କରିଥିଲେ କି ନାହିଁ? ସେମାନଙ୍କ ପାଇଁ ବହୁ ଡହ ଖରାରେ ଛାଉଣୀ ବ୍ୟବସ୍ଥା କରାଯାଇଥିଲା କି ? ମହିଳା ଜଣକ ଅଂଶୁଘାତରେ ମରିଛନ୍ତିକି ତାହା ଜିଲ୍ଲାପାଳଙ୍କ ତଦନ୍ତ ଦାବି ହେଉଛି । ଆଗକୁ ଯେମିତି ସବୁ ପଞ୍ଚାୟତରେ ରାସନ୍ ଓ ଅନ୍ୟ ହିତାଧିକାରୀଙ୍କ ପାଇଁ ଜଳଛତ୍ର ଓ ଛାଉଣୀ ବ୍ୟବସ୍ଥା କରାଯିବାପାଇଁ ସାଧାରଣରେ ଦାବି ହେଉଛି । ନ ହେଲେ ମାଇନୋ ମାଝୀ ଭଳି ବହୁ ଅମୂଲ୍ୟ ଜୀବନ ଅକାଳରେ ଚାଲିଯିବାର ସମ୍ଭାବନା ଦେଖାଦେଇଛି । ପ୍ରଶାସନିକ ଆର୍ଥିକ ସାହାଯ୍ୟ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ