ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମର ଶୁକଦେବ ନାୟକ ନାମକ ଜଣେ ଶିକ୍ଷକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ ଦେବଗଡର ଏକ ସ୍କୁଲରେ ଶିକ୍ଷକତା କରିଥିବାବେଳେ ଗତକାଲି ସ୍କୁଲ ସାରି ନଜ ଭଡାଘରକୁ ଯାଉଥିବା ସମୟରେ ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ଖବର ପାଇ ପରିବାର ଲୋକମାନେ ସେଠାରେ ପହଞ୍ଚି ଶବକୁ ପୋଷ୍ଟମଟମ କରା ଇବା ପରେ ଘରକୁ ନେଇ ଆସିଛନ୍ତି । ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଆଜି ତାଙ୍କ ମରଶରୀର ଖାଣ୍ଟପଦା ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଷରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ସେ ଜଣେ ଆମାୟିକ, ଶାନ୍ତ ସରଳ ପ୍ରକୃତିର ବ୍ୟକ୍ତି ଥିଲେ ।