ଅଂଶୁଘାତରେ ଶ୍ରମିକଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ପଦାକଣା ଗ୍ରାମର ବିପିନ ଦାସଙ୍କ ପୁଅ ରବିନ୍ଦ୍ର ଦାସ(୪୫)ଙ୍କ ଅଂଶୁଘାତରେ ପରଲୋକ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ଗୁରୁବାର ସକାଳେ ରବିନ୍ଦ୍ର ମଜୁରୀ ଲାଗିବା ପାଇଁ ହାଟଡିହି ଅଞ୍ଚଳକୁ ଯାଇଥିଲେ । ଦିନ ପ୍ରାୟ ୨ଟା ବେଳେ ସେ ଗ୍ରାମ ପଡିଆରେ ଏକ ଗଛମୂଳରେ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବା ସ୍ଥାନୀୟଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ପାଣି ପିଇବାକୁ ଦେଇଥିଲେ । ପାଣି ପିଇବା ପରେ ରବିନ୍ଦ୍ର ସେହିଠାରେ ଟଳି ପଡିଥିଲେ । ମରଶରୀରକୁ ଗ୍ରାମକୁ ଅଣାଯିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ମୃତ ରବିନ୍ଦ୍ର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଦୈନିକ ମୂଲମଜୁରୀ ଲାଗି ସ୍ତ୍ରୀ, ୨ ଝିଅ, ଗୋଟିଏ ପୁଅ ଓ ବାପାମାଙ୍କୁ ପ୍ରତିପୋଷଣ କରି ଆସୁଥିଲେ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବରପାଇ ପୂର୍ବତନ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁଙ୍କ ସମେତ ବହୁ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।