ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ବିଭାଗ ଊତ୍ତରଦାୟୀ ଭାବେ କାର୍ଯ୍ୟ କରନ୍ତୁ

ଯାଜପୁର, : ଚଳିତ ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ସାମୁହିôକ ଦାୟିତ୍ୱ । ଜନ ସଚେତନତା ହିଁ ଏହାର ମୁକାବିଲାରେ ସହାୟକ ହେବ ବୋଲି ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଇନ୍ଦ୍ରମଣି ନାୟକ ମତବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଳ୍‌ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରୈାଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ନାୟକ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା, ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବା, ଲୋକମାନେ ଟାଣ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଚ୍ଥତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସଂପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ଯୋଗଦେଇ ଜିଲ୍ଳ୍‌ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ସବୁ କ୍ଷେତ୍ରରେ ଜିଲ୍ଳ୍‌୍‌ାର ସୁନାମ ରହିଚ୍ଥି ଓ ଦଳଗତ ଭାବେ ପ୍ରତ୍ୟେକ ଅଧିକାରୀ ଓ ବିଭାଗ ସୁନ୍ଦର ଭାବେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଥିବାରୁ ଅନୁରୂପ ଭାବେ ଅଂଶୁଘାତର ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର ଯେଊଁ ବିଭାଗକୁ ଯେଊଁ ଦାୟିତ୍ୱ ଦିଆଯାଊଚ୍ଥି ତାହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପନ୍ନ କରି ଲୋକଙ୍କୁ ସେବା ଯୋଗାଇବାକୁ ମତ ଦେଇଥିଲେ । ଊପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତ ଅଧିକାରୀ ଓ ବିଭାଗ ମାନେ ଏହି ଅଂଶୁଘାତର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ଳାନ କରି ତାକୁ ସଠିକ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଳ୍‌କ ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ ଓ ପୈାର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତତ୍ପର ହେବା ସହ ଅଚଳ ନଳକୂପ ଓ ପାଇପ୍ ଲାଇନ୍ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟାକ ଟ୍ୟାଙ୍କର ଯୋଗାଡ କରି ରଖିବା ସହ ଜଳ ସମସ୍ୟା ସମ୍ପର୍କିତ ଅଭିଯୋଗ ପୁସ୍ତିକାକୁ ପଞ୍ଚୟତ ଓ ବ୍ଳ୍‌କ ସ୍ତରରେ ଊପଲବ୍ଧ କରାଇ ନିୟମିତ ଭାବେ ଯାଞ୍ଚ କରି ପଦକ୍ଷେପ ନେବା, ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ବିଗତ ବର୍ଷ ମାନଙ୍କ ଭଳି ଜଳଚ୍ଥତ୍ର ଖୋଲିବା, ଜିଲ୍ଳ୍‌ା ଜରୁରୀ ବିଭାଗ ତରପଂରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା, ବ୍ଳ୍‌କ, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ ଅନୁରୂପ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବା. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର୍‌.ଏସ୍‌. ପ୍ୟାକେଟ୍ ସହ ଅଂଶୁଘାତ ଚିକିତ୍ସା କକ୍ଷ ବ୍ୟବସ୍ଥା କରିବା, ବରପଂ, ଏସି ରୁମ୍‌, କୁଲର ବ୍ୟବସ୍ଥା ଇତ୍ୟାଦି କରିବା, ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପଶୁ ମାନଙ୍କ ପାଇଁ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା, କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟ ଜଳ, ଚ୍ଥାଇ ଇତ୍ୟାଦିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ସମୟରେ ବସ୍ ଚଳାଚଳ ବନ୍ଦ ରଖିବା, ବସ୍‌ରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ବରପଂ ଇତ୍ୟାଦି ବ୍ୟବସ୍ଥା କରିବା, ଶିକ୍ଷାନୁଷ୍ଠାନ ଗୁଡିକ ସରକାରୀ ଘୋଷଣା ଅନୁସାରେ ସକାଳୁଆ କ୍ଳ୍‌ାସ କରିବା ପାଇଁ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳ୍‌ା ଜରୁରୀ ବିଭାଗର ହେଲ୍‌ପ ଲାଇନ ନମ୍ୱର ୧୦୭୭ ଓ ୦୬୭୨୮୨୨୨୬୪୮ କୁ ଊପଯୋଗ କରିବା ପାଇଁ ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜ ଘରର ଚ୍ଥାତ ବା ଖୋଲା ସ୍ଥାନ ମାନଙ୍କରେ ପକ୍ଷୀ ଓ ପଶୁ ମାନଙ୍କ ପାଇଁ ଜଳ ପୂର୍ଣ୍ଣ ପାତ୍ର ରଖିବାକୁ ଅନୁରୋଧ କରାଯାଇଥିଲା । ଶିଳ୍ପ ସଂସ୍ଥା ମାନେ ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ଜଳଚ୍ଥତ୍ର କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରାଯାଇଥିଲା । କୈାଣସିଠାରେ ଅଂଶୁଘାତ ମୃତ୍ୟୁର ଅଭିଯୋଗ ଆସିଲେ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ୩୬ ଘଣ୍ଟା ମଧ୍ୟରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଅଂଶୁଘାତର ଅଭିଯୋଗ ଥିବା ଶବକୁ ତୁରନ୍ତ ସଂସ୍କାର ନ କରି ଆଇନ ଅନୁସାରେ ପୋଷ୍ଟମର୍ଟମ, ତଦନ୍ତରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ସଚେତନ କରାଇବାକୁ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ପରାମର୍ଶ ଦେଇଥିଲେ । ଯାହା ପଂଳରେ ସହାୟତା ମିଳିବା ସହଜ ହେବ । ବୈଠକ ପ୍ରାରମ୍ଭରେ ଜିଲ୍ଳ୍‌ା ଜରୁରୀ ଅଧିକାରୀ ଊମେଶ ଲେଙ୍କା ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଳ୍‌ା ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବି.ଡି.ଓ., ତହସିଲଦାର, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଳ୍‌ା ଜରୁରୀ ବିଭାଗର କର୍ମଚାରୀ ବ୍ରହ୍ମାନନ୍ଦ ଯେନା, ଅରୁଣ କୁମାର ସାହୁ, ତରୁଣ କୁମାର ପଣ୍ଡା, ସୁପ୍ରିୟ କୁମାର ପଣ୍ଡା, ଶୁବାଶିଷ ଜେନା, ଲିଜାଲିନ ସ୍ୱାଇଁ, ନିରୋଦ ସୁନ୍ଦର ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ