ଅଂଶୁମାନ ସ୍ୱାଇଁଙ୍କୁ ୟୁଥ ଆଇକନ ଆୱାର୍ଡ-୨୦୨୦ ପ୍ରଦାନ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଳକ ସରମଙ୍ଗା ଗ୍ରାମର ଅନୁପ କୁମାର ସ୍ୱାଇଁଙ୍କ କନିଷ୍ଠପୁତ୍ର ଅଂଶୁମାନ ସ୍ୱାଇଁଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟଅନୁଷ୍ଠାନ ‘ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ’ ତରଫରୁ ଆନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩୫ଟି ଦେଶର ୧୦୦ଜଣ ଯୁବକବି, ଗାଳ୍ପିକ, ନାଟ୍ୟକାରଙ୍କୁ ଓଡିଆ ଓ ଇଂରାଜି ସାହିତ୍ୟରେ ଲେଖନୀ ଚାଳନା ପାଇଁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କବି ଅଶୁଂମାନ ସ୍ୱାଇଁ ତାଲିକାରେ ୫୧ତମ ସ୍ଥାନ ଅôଦକାର କରି ଏହି ଗୌରବ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି । ସେ ମୋ ମାତାପିତି, ସଲାମ ସହିଦ, ନାରୀ ସଶକ୍ତିକରଣ, କୃଷକ, ଆମ ମାଟିର କଥା, ଶଶୁର ଘର ଜିନ୍ଦାବଦ, ପତ୍ନୀ ତାଣ୍ଡବ, ଲକଡାଉନ ଓ ଜୀବନ ଆଦି ଅନେକ କବିତା ଲେଖି ଜଣେ ସଫଳ କବିଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ସମ୍ମାନ ପାଇବାପରେ ଅଂଶୁମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ସେ ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନର ପ୍ରତିଷ୍ଠାତା ମନୋଜ କୁମାର ପଣ୍ଡା, ପ୍ରିନସପାଲ ଆଡଭାଇଜର ରୋହିଣୀ କୁମାର ବେହେରା, ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ