ଅକରୁଆ ପଞ୍ଚାୟତକୁ ଆସିଲାନି ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ଅକରୁଆ ପଞ୍ଚାୟତରେ ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପରିକ୍ରମା କରିବାର ଥିବାବେଳେ ପଂଚାୟତ କୁ ରଥ ନ ଆସିବାରୁ ନିରାଶ ରେ ଫେରି ଯାଇଛନ୍ତି ଅଧିକାରୀ ଓ ପଞ୍ଚାୟତ ଲୋକେ। ଆଜି ସକାଳ ୧୦ଟାରେ ରଥ ଆସିବାର ସରକାରୀ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସେଥିପାଇଁ ସରପଞ୍ଚ ହେମଲତା ବେହେରା, ସମିତିସଭ୍ୟା ସୁଭଦ୍ରା ଯେନା, ସମାଜସେବୀ ଚତୁର୍ଭୁଜ ସ୍ୱାଇଁ, ପିଇଓ ହରିହର ସେଠୀ, ଜି.ଆର.ଏସ ନିରଞ୍ଜନ ବାରିକ, ଓ କୃଷି ବିଭାଗରୁ ଗ୍ରାମ୍ୟ କୃଷି କର୍ମଚାରୀ ଜଗନ୍ନାଥ ପରିଡା ଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ବିଭିନ୍ନ ଗ୍ରାମରୁ ଏସ ଏସ ଜି ଗ୍ରୁପ ର ମହିଳା ମାନେ ଉପସ୍ଥିତ ହୋଇଥିଲେ। କିନ୍ତୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ରଥ ନ ଆସିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ବ୍ଲକ ସଂଯୋଜକ ସୁଶାନ୍ତ ଜେନା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବାର୍ତ୍ତାକୁ ପଠନ କରାଇ ବିକଶିତ ରାଷ୍ଟ୍ର ଗଠନ କରିବା ଲାଗି ସଂକଲ୍ପ କରାଇଥିଲେ। ରଥ ନ ଆସିବା ସମ୍ପର୍କରେ ବ୍ଲକ ନୋଡାଲ ଅଫିସର ଭୁବନେଶ୍ୱର ମହାପାତ୍ର ଙ୍କୁ ପଚାରିବାରେ ସେ କହିଥିଲେ କି ରଥ ଗାଡି ଘଷିପୁରା ବ୍ଲକ ରେ ଥିବା ଓ ତାଙ୍କ ସହିତ ଯୋଗାଯୋଗ ହୋଇ ନ ପରିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି କହିଛନ୍ତି।