ଅକାଳରେ ହୃଦଘାତରେ ଗୃହରକ୍ଷୀ ଙ୍କ ଦେହାନ୍ତ,ମରଶରୀରକୁ ବୋହି ଦାହ କଲେ ପୁଲିସ କର୍ମଚାରୀ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର):ଗଲା କାଲି ସନ୍ଧ୍ୟା ରେ ମାଲକାନଗିରି ଚିତ୍ରକୋଣ୍ଡା ର ହନୁମାନ ମନ୍ଦିର ନିକଟସ୍ଥ ଇଟାଭାଟି ସାହିର ବହୁ ପୁରୁଣା ଗୃହରଖି ତଥା ଜଣେ ଭଲ କୀର୍ତ୍ତନ ତଥା ସତସଙ୍ଗ ଅନୁରାଗୀ ପ୍ରେମୀ ସୋନୁ ନାଗ ଙ୍କର ହଠାତ ହୃଦଘାତରେ ଅକାଳ ବିୟୋଗ ହୋଇଛି l ସୋନୁ ୧୯୮୮ ମସିହା ଠାରୁ ଆଜି ସୁଧା ଦୀର୍ଘ ୩୪ ବର୍ଷ ଧରି ଚିତ୍ରକୋଣ୍ଡା ଥାନା ଆନୁକୂଲ୍ୟରେ ଗୃହରକ୍ଷୀ ଭାବରେ କାମ କରିଆସୁଥିଲେ l ଗଲା କାଲି ସନ୍ଧ୍ୟାରେ କାର୍ତ୍ତିକ ମାସ ସନ୍ଧ୍ୟା ରାମନାମ କୀର୍ତ୍ତନ ସାରି ଚିତ୍ରକୋଣ୍ଡା କୋଷାଗାରରେ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ଯାଇ ଚିକିଶ୍ଚିତ ହେଉଥିଲେ ମେଡିକାଲ ହଠାତ ତାଙ୍କର ହୃଦଘାତରେ ମୃତୁ ହୋଇଥିଲା l ତାଙ୍କର ଅକାଳ ବିୟୋଗ ରେ ଚିତ୍ରକୋଣ୍ଡା ଥାନା ତରଫରୁ ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଏବଂ ଚିତ୍ରକୋଣ୍ଡା ଏସଡ଼ିପିଓ ଙ୍କ ସମେତ ପୁଲିସ କର୍ମଚାରୀ ଏବଂ ଅନ୍ୟ କର୍ମଚାରୀ ଓ ସମସ୍ତ ଗୃହରକ୍ଷୀ ମାନେ ଉପସ୍ଥିତ ରହି ଶବ ଦାହ ନିମନ୍ତେ କୋକେଇ ରେ ମରଶରୀରକୁ ପୁଲିସ କର୍ମଚାରୀ ସମୂହ କାନ୍ଧରେ ବୋହି ସ୍ମଶାନ ଘାଟକୁ ନେଇ ଦାହ କରିଥିଲେ l ସୋନୁ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ର ଜଣେ ସଦସ୍ୟ ତଥା ଗୁରୁ ଶିବାନନ୍ଦ ଙ୍କ ଆଶ୍ରିତ ଥିଲେ ତାଙ୍କ ସ୍ୱର୍ଗ ବାସିରେ ଅମର ଆତ୍ମାର ସଦଗତି ଦିବ୍ୟ ଜୀବନ ସଂଘ ର ସଦସ୍ୟ ମାନେ ୨୧ ଥର ଲେଖାଏଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ l ସେ ନୀଳକଣ୍ଠେଶ୍ଵର ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଭାବରେ ପରିଚାଳନା କରି ଆସୁଥିଲେ l ଏଥି ସହିତ ସୋନୁଙ୍କ ବହୁ ସାଥି କୀର୍ତ୍ତନ ପ୍ରେମୀ ଓ ସତସଙ୍ଗି ପ୍ରେମୀ ତଥା ଚିତ୍ରକୋଣ୍ଡା ଗ୍ରାମବାସୀ ଯୋଗ ଦେଇ ଶବ ଦାହ ରେ ସହଯୋଗ କରିବା ସହିତ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟ ରେ ପାର୍ଥନା ଜଣାଇଥିଲେ l ତାଙ୍କ ଘର ଲୋକ ଙ୍କୁ ଏ ଦୁଖ ସମୟରେ ସାହା ହୁଅନ୍ତୁ ଆଉ ଶକ୍ତି ଦିଅନ୍ତୁ ବୋଲି ପରିବାର ଲୋକଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ