ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି ଶିବଲିଙ୍ଗ
ଭାରତର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ । ମଧ୍ୟପ୍ରଦେଶ ରୱୋରେ ଥିବା ମହାମୃତ୍ୟୁଞ୍ଜୟ ମନ୍ଦିରରେ ଥିବା ଚମକ୍ରାରୀ ଶିବଲିଙ୍ଗ ଅକାଳ ମୃତ୍ୟୁରୁ ରକ୍ଷା କରେ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ଏହି ଶିବଲିଙ୍ଗରେ ୧୦୦୧ଟି ଛିଦ୍ର ରହିଛି । ଏହାର ରଙ୍ଗ ଧଳା । ଶିବଲିଙ୍ଗ ଦର୍ଶନ କଲେ ଶ୍ରଦ୍ଧାଳୁଙ୍କ ସମସ୍ତ ରୋଗ ଦୂର ହୋଇଥାଏ ବୋଲି ଲୋକେ କୁହନ୍ତି । ଏଠାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ତତ୍କ୍ଷଣାତ୍ ସୁଫଳ ମିଳିଥାଏ ବୋଲି କୁହାଯାଏ । ଜାଗର ଏବଂ ଶ୍ରାବଣ ମାସ ସୋମବାରରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ ।


