ଅକୀଡ ପେଡିଆଟ୍ରିକ ଥେରାପି ସେଣ୍ଟର୍ ଓ ଫିଟ୍ବ୍ଲୁର ସ୍ଵନକ୍ଷତ୍ର ଦିବସ
ବ୍ରହ୍ମପୁର,(ଅନିଲ କୁମାର): ଡ଼ାଇମଣ୍ଡ ଜୁବଲି ଟାଉନ ହଲ ପରିସରରେ ଶନିବାର ଅକୀଡ଼ ପେଡ଼ିଆଟ୍ରିକ ଥେରାପି ସେଣ୍ଟର ଓ ଫିଟବ୍ଲୁର ସ୍ଵନକ୍ଷତ୍ର ଦିବସ ଉତ୍ସବ ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ପେସିଆଲ ସ୍କୁଲର ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ପ୍ରତିଯୋଗିତାର ଫଳ ପ୍ରକାଶନ ସହ କୃତୀ ପ୍ରତି ଯୋଗୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା। ଏହା ସହିତ ମା’ ଓ ଶିଶୁଙ୍କର ଅତୁଟ ବନ୍ଧନକୁ ନେଇ ୱାକ ଅଫ ପ୍ରାଇଡ୍, ରାମ୍ପ ୱାକ୍ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପରିବେଷଣରେ ଅନ୍ୟ ସଂଗଠନର ପିଲା ମଧ୍ୟ ଅଂଶଗ୍ରହଣ କରିଥିଲେ। ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ଅଟିଜିମର ସଚେତନତା କିପରି ହେବ ଓ ସେମାନେ କିପରି ସଠିକ ଭାବେ ଚିହ୍ନଟ ହୋଇ ଚିକିତ୍ସିତ ହୋଇ ପାରିବେ ସେ ବିଷୟରେ ଅଭିଭାଷଣ ରଖିଥିଲେ। ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ବିଜେପି ସଭାପତି ଡ଼ା ସୁବାସ ଚନ୍ଦ୍ର ସାହୁ ଓ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଅନ୍ୟ ତମ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ବ୍ରହ୍ମପୁରର ବିଶିଷ୍ଠ ଚିକିତ୍ସକ ମାନଙ୍କୁ ବିଶେଷ କରି ଶିଶୁ ମାନଙ୍କ ପ୍ରତି ନିଃସ୍ୱାର୍ଥ ସେବା ଓ ଅଵଦାନ ପାଇଁ ସମ୍ମାନିତ କରାଯାଇଥିଲା। ଗଂଜାମ ଜିଲ୍ଲାର ଅନ୍ୟ ସ୍ପେଶାଲ ସ୍କୁଲ ପକ୍ଷରୁ ଅବିରେଶ ମହାପାତ୍ର, ସାର୍ଵଣି ପାର୍ହି ଓ ଯୁବ ଉଦ୍ୟୋଗକାରୀ ଉପଜ କୁମାର ସାବତ ଯୋଗ ଦେଇଥିଲେ । ସୀମା ଚୌଧୁରୀ, ଅସୀମ ପତି, ସାଇ ଶଙ୍କର ପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ର, ଅସ୍ମିତା ମହାନ୍ତି, କେ .ତରୁଣ, ଦିଲୀପ ରାଓ, ଟ୍ଵିଙ୍କିଲ ଗମାଙ୍ଗ ଓ ଦେବୀ ପାତ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଚ୍ଚୀନ୍ଦ୍ର ପ୍ରସାଦ ଦାଶ ପ୍ରାରମ୍ଭିକ ସୂଚନା ଦେଇ ଥିବା ବେଳେ ଆକିଡର ପ୍ରମୁଖ ଡ଼ା. ସ୍ୱାତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ପ୍ରିନ୍ସ ଡାନ୍ସ ଏକାଡେମୀ, ରକଷ୍ଟାର ଡାନ୍ସ ଗ୍ରୁପ, ଷ୍ଟାର ଲାଇଟ ଡାନ୍ସ ଓ ଅକିଡ଼ ଡାନ୍ସ ଗ୍ରୁପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଦଘୋଷକ ଭାବେ କାହ୍ନୁ ରାଉତ ସଂଯୋଜନା କରିଥିଲେ।


