ଅକ୍ଟୋବର ଶେଷ ସୁଦ୍ଧା ବାହାରିବ କୋଭିଡ୍- ୧୯ ଟିକା
ନୂଆଦିଲ୍ଲୀ : କୋଭିଡ଼ –୧୯ ପାଇଁ ଟିକା ବାହାରିବାକୁ ଆହୁରି ବର୍ଷେ ଲାଗିପାରେ ବୋଲି ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନ ଦାବି କରୁଥିବାବେଳେ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା କୋଭିଡ଼ –୧୯ ପାଇଁ ଟିକା ବାହାର କରିବ ବୋଲି ପ୍ରକାଶ କରିଛି । କମ୍ପାନୀର ସିଇଓ ଆଲ୍ବର୍ଟ ବୋରୁଲା କହିଛନ୍ତି ଯେ ଆମର ଗବେଷଣା ଠିକ୍ ଢ଼ଙ୍ଗରେ ଚାଲିଛି। ଆମେ କେବଳ ମେଡ଼ିସିନ୍ର ସୁରକ୍ଷା ଓ କାର୍ଯ୍ୟ ଦକ୍ଷତାକୁ ଅପେକ୍ଷା କରିଛୁ । ସବୁ ଯଦି ଠିକ୍ଠାକ୍ ରୁହେ ଓ ଭାଗ୍ୟ ଯଦି ସାଥ୍ ଦିଏ ତେବେ ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ଆମେ ଟିକା ବାହାର କରିବୁ ବୋଲି ଫାଇଜର କମ୍ପାନୀ ସିଇଓ ପ୍ରକାଶ କରିଛନ୍ତି । ଫାଇଜର କମ୍ପାନୀ ଜର୍ମାନ ବାୟୋଟେକ୍ ସହ କାମ କରୁଥିବା ବେଳେ ପୂର୍ବରୁ ମଧ୍ୟ ବହୁ ଟିକା ୟୂରୋପ ଓ ଆମେରିକା ପାଇଁ ଦେଇଛି । ଏହା ଛଡ଼ା ଆଷ୍ଟ୍ର ଜିନ୍କା କମ୍ପାନୀ ଅକ୍ସଫୋର୍ଡ ସହ ପାଟନ୍ରସିପ୍ ମାଧ୍ୟମରେ ଗବେଷଣା ମଧ୍ୟ ଜାରି ରଖିଛି । ସେମାନେ ମଧ୍ୟ ଟିକା ବାହାର କରିବାର ଶେଷ ସୋପାନରେ ପହଞ୍ଚିଛନ୍ତି । ତେଣୁ ଯେମିତି ହେଲେ ବର୍ଷ ଶେଷ ସୁଦ୍ଧା କରୋନା ଟୀକା ବଜାରରେ ଉପଲବ୍ଧ ହେବ ବୋଲି ସିଇଓ ବୋରୁଲା ପ୍ରକାଶ କରିଛନ୍ତି।


