ଅକ୍ଟୋବର୨୯ରୁ ବାଣପୁରରେ ବିଶାଳ ପାଇକ ସମାବେଶ

ଖୋର୍ଦ୍ଧା,(ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୨୯ ଅକ୍ଟୋବରରେ ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବାଣପୁରଠାରେ ଏକ ବିଶାଳ ପାଇକ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଯେଉଁ ମାଟିରୁ ଆରମ୍ଭ ହୋଇଥିଲା, ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ମାଟିରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଏକ ବିଶାଳ ପାଇକ ସମାବେଶ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ସ୍ଥାନୀୟ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ତଥା ଏହି ବିଦ୍ରୋହରେ ସାମିଲ୍ ହୋଇଥିବା ବିପ୍ଲବୀମାନଙ୍କୁ ସମ୍ମାନ ଦେବା ପାଇଁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଏହା ଆୟୋଜିତ ହେବାକୁ ଯାଉଛି ବୋଲି ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ଚିଲିକା, ବାଣପୁର ଅଞ୍ଚଳର ଶତାଧିକ ପାଇକଗୁରୁ, ଦଳବେହେରା, ଦଳପତି, ପାଇକ ସର୍ଦ୍ଦାରମାନେ ଯୋଗଦାନ କରିଥିଲେ ଏବଂ ଏହି ବିପ୍ଲବୀ, ବୀର ପ୍ରଶାସନ ମାଟି ତଥା ପୂର୍ବସୁରୀଙ୍କୁ ସମ୍ମାନ ଦେବା ପାଇଁ ଆସନ୍ତା ୨୯ ତାରିଖରେ ୪୦ଟି ଆଖଡ଼ା ଦଳର ଏକହଜାର ପାଇକବୀର ସୁସଜ୍ଜିତ ଖଣ୍ଡା, ତରବାରୀ, ଢାଲ ମାଧ୍ୟମରେ ଯୋଗଦେବେ । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସଂଯୋଜକ କେଦାର ଦାସ, ରାଜ୍ୟ କୋଷାଧ୍ୟକ୍ଷ ତଥା ସ୍ଥାନୀୟ ପାଇକ ନେତା ରଞ୍ଜନ ବଳିୟାରସିଂହ, ସମ୍ପାଦକ ବିଜୟ ବେହେରା, ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ଜଳବେହେରା ମନୋରଞ୍ଜନ ପଶ୍ଚିମ କବାଟ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ