ଅକ୍ଟୋବର ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ‘ଆଜାଦ୍ ହିନ୍ଦ୍ ବାହିନୀ’ର ଜାତୀୟ କର୍ମଶାଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତୀ ବର୍ଷ ଏବଂ ଭାରତବର୍ଷର ପ୍ରଥମ ସ୍ୱାଧୀନ୍ ସରକାର “ଆଜାଦ୍ ହିନ୍ଦ୍ ସରକାର”ର ୭୮ ତମ ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶରେ ନେତାଜୀ ସୁଭାଷଙ୍କ ଆଦର୍ଶରେ “ଆଜାଦ୍ ହିନ୍ଦ୍ ବାହିନୀ”ର ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାର ଏକ ଅଂଶ ବିଶେଷ ସ୍ୱରୂପ ଆସନ୍ତା ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ‘ଆଜାଦ୍ ହିନ୍ଦ୍ ବାହିନୀ’ର ଏକ ଜାତୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ଯୁବଛାତ୍ରମାନେ ଯୋଗଦେଇ ନେତାଜୀଙ୍କ ଜୀବନ ଧାରା, ଲକ୍ଷ୍ୟ, ଆଦର୍ଶ ଏବଂ ସାଂପ୍ରତିକ ଘଟଣାବଳି ସଂକ୍ରାନ୍ତରେ ଶିକ୍ଷା ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଟି.ୟୁ.ସି.ସି.ର ସର୍ବଭାରତୀୟ ସାଧାରଣ ସଂପାଦକ ଜି.ଆର୍ ଶିବ୍‌ଶଙ୍କର, ବରିଷ୍ଠ ସାମ୍ବାଦିକ ରବି ଦାଶ, ସୁଧୀର ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ତଥା ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ବିଭୂ ପ୍ରସାଦ ତ୍ରିପାଠୀ, ‘ଫରୱାର୍ଡ ବ୍ଲକ୍‌’ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ପ୍ରେସ୍ ବିବୃତି ମାଧ୍ୟମରେ ‘ଆଜାଦ୍ ହିନ୍ଦ୍ ବାହିନୀ’ର ସର୍ବଭାରତୀୟ ଆବାହକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ