ଅକ୍ଟୋବର ୮ ରୁ ପ୍ରୟାସ ର ନବରାତ୍ର ଦାଣ୍ଡିଆ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଏକାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ ୧୩ ତାରିଖ ସନ୍ଧ୍ୟା ୬ଟା ରୁ ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧିବିଧାନ ଓ ସଂପୂର୍ଣ୍ଣ ପାରିବାରିକ ବାତାବରଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବର କଳାତ୍ମକ ଦିଗକୁ ପ୍ରାଧାନ୍ୟ ଦିଆଯାଇ ଦାଣ୍ଡିଆ ସମ୍ବଦ୍ଧିତ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏଥର ୨୪ ହଜାର ବର୍ଗଫୁଟରର ମେଗା ଷ୍ଟେଜରେ ୬ ଦିନ ଧରି ଏହି ମହୋତ୍ସବରେ ଅଭିଜ୍ଞ ନୃତ୍ୟଶିଳ୍ପୀଙ୍କ ତତ୍ୱାବଧାନରେ ଦାଣ୍ଡିଆ ନୃତ୍ୟ, ଅତ୍ୟାଧୁନିକ ଏଲ୍‌ଇଡି ଆଲୋକ ସଜା , ଉନ୍ନତମାନର ଲାଇଭ ବ୍ୟାଣ୍ଡ୍ ସହ ଆଲୋକମାଳାର ଅପୂର୍ବ ସମନ୍ୱୟ ନୃତ୍ୟାଙ୍ଗନାଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟେଜ, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟକର ଖାଦ୍ୟ ପାନୀୟ ଷ୍ଟଲ୍‌, ମୁଖ୍ୟ ନୃତ୍ୟସ୍ଥଳ ପାଇଁ ପ୍ରଶସ୍ତ, ମଜବୁତ୍ ଓ ସୁରକ୍ଷିତ ଫ୍ଲୋରବୋର୍ଡ ଷ୍ଟେଜ୍ ବ୍ୟବସ୍ଥା କରାଯାଇଛି । ମହୋତ୍ସବର ପ୍ରତ୍ୟେକ ଦିନର ବେଷ୍ଟଡ୍ୟାନସ, କପଲ, କଷ୍ଟ୍ୟୁମ୍ ଏବଂ ବେଷ୍ଟ କିଡ୍‌ସ ଡ୍ୟାନସର ମାନଙ୍କୁ ପୁରସ୍କୃତ କରାଯିବ । ଏହି ସଂସ୍କୃତିକ ମହୋତ୍ସବର ବିବିଧ ଦିବସରେ ସମାଜର ବହୁ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉପସ୍ଥିତ ରହି ନୃତ୍ୟପ୍ରେମୀଙ୍କୁ ପ୍ରୋତ୍ସାହିତ କରିବେ । ବ୍ୟବସାୟିକ ନୁହେଁ ବରଂ ସାସ୍କୃତିକ ଉତ୍କର୍ଷତା ନିମିତ ଜନସାଧାରଣଙ୍କ ସହଭାଗୀ ସହଯୋଗୀତା ପାଇଁ ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି, ବୁଦ୍ଧ ମନ୍ଦିର, ୟୁନିଟ୍‌-୩ ଠାରେ ଆୟୋଜିତ ପ୍ରେସ୍‌ମିଟରେ ସୂଚିତ କରିଥିଲେ ଏବଂ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ସୂଚନା ପହଂଚାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୟାସର ସଦସ୍ୟମାନେ ତଥା ଜୟନ୍ତ କୁମାର ମହାନ୍ତି, ଉମାକାନ୍ତ ତାଣ୍ଡି, କୌସ୍ତୁଭ ଦାସ, ସୁରେଶ କୁମାର ପତ୍ରୀ, କମଳ ମହାନ୍ତି, ଜସମିନ୍ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ସୂର୍ଯ୍ୟନାରାୟଣ ମହାନ୍ତି, ପପୁ, ରିଶି, ସୂର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ