ଅକ୍ଷିମୁଠି ଅନୁକୂଳ କଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରବିବାର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା(କୃଷକ ଦିବସ)ହିଞ୍ଜିଳିକାଟୁ ବ୍ଲକ ସ୍ଥିତ ଧୋବାଡି ପାଟପୁର ଠାରେ ମହା ସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ ଯୋଗ ଦେଇ ଭୂମି ପୂଜନ ସହ ମୁଣ୍ଡରେ ପଗଡି ବାନ୍ଧି ଉତ୍କଳୀୟ ପରମ୍ପରା ଅନୁଯାୟୀ ହଳ ଲଙ୍ଗଳ ଧରି ଅକ୍ଷିମୁଠି ଅନୁକୂଳ କରି କୃଷି ଓ କୃଷକଙ୍କ ଶୁଭ କାମନା କରିଥିଲେ। ପରେ ପରେ ତହସିଲଦାର,ବିଡ଼ିଓ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଦୁର ସେଠ ମାଝୀଙ୍କ ତତ୍ତ୍ୱାବଧାନରେ ହିଞ୍ଜିଳିକାଟୁ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଏବଂ ଗୋଷ୍ଠୀ କୃଷି ଅଧିକାରୀ ବାସୁଦେବ ଶତପଥୀଙ୍କ ମିଳିତ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ସଞ୍ଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ଜିଲ୍ଲା ଯୋଜନା ମଣ୍ଡଳୀ ବିଶେଷଜ୍ଞ ସଦସ୍ୟ ଏନ.ରଘୁନାଥ,ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଡଃ କନ୍ଧ ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ,କୃଷି ସୂଚନା ଓ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଗନ୍ତାୟତ ଦଳାଇ,ସରପଞ୍ଚ ରଶ୍ମିତା ରାଉତ,କୃଷି ବୈଜ୍ଞାନିକ ସନ୍ଦୀପ ମହାନ୍ତି, ଦେବାଶିଷ ଷଡଙ୍ଗୀ,ଅଜିତ କୁମାର ମହାପାତ୍ର,ପ୍ରଶାନ୍ତ କୁମାର ନାଥ,ଡାକ୍ତର ଶିବ କୁମାର ମହାନ୍ତି, ମୋନାଲିସା ହୋତା,ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ମଞ୍ଚସିନ ଥିଲେ।ଏହି ଅବସରରେ କୃଷି ଓ ଆନୁଷଙ୍ଗିକ କୃଷି ଭିତ୍ତିକ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉ ଥିବା ବିଭିନ୍ନ ପ୍ରକାର ସହାୟତା,ଲାଭକାରୀ ଫସଲ ଉତ୍ପାଦନ ନିମନ୍ତେ ବୈଜ୍ଞାନିକ ଜ୍ଞାନ କୌଶଳର ପ୍ରୟୋଗ,ରିହାତି,ଉନ୍ନତ ମାନର ବିହନ,କାଳିଆ ଓ ବଳିଆ ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗ ଉପରେ ମତବ୍ୟକ୍ତ କରିଥିଲେ।ପରେ ୭ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଏବଂ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଭାଗଚାଷୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶିକିରି ଶାଖା ପକ୍ଷରୁ ଗିରିଆ ନାରାୟଣ ପୁର ଗ୍ରାମର ୨ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧.୫୦ ଲକ୍ଷ ଟଙ୍କା ଓ ବିସିସିବି ସମରଝୋଳ ଶାଖା ପକ୍ଷରୁ ବେଲଗାଁ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧୋବାଡି ଗ୍ରାମର ୬ ଟି ଏସଏଚଜିକୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ କୃଷିଋଣ ସହାୟତା ପ୍ରଦାନ କରା ଯାଇଥିଲା।ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା ରାଜ୍ୟରେ ସମ୍ବଲପୁରୀ ହସ୍ତତନ୍ତ ଶିଳ୍ପର ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀଙ୍କ ନିଷ୍ଠା ଓ ଅନୁରୋଧ କ୍ରମେ ସ୍ଥାନୀୟ କୃଷି ବିଭାଗର ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠୀ, ମୁନୀ ବାଇ, ସବିତା କୁମାରୀ ସାହୁ, ରାଧାରାଣୀ ସୁବୁଦ୍ଧି,ଧରିତ୍ରୀ ପାଢ଼ୀ, ଅନୀଲ ବିଷୋୟୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସମ୍ବଲପୁରୀ ବୟନ ବସ୍ତ୍ର ପରିଧାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳ, ଏସବିଆଇ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ, ରାମହରି ଶର୍ମା, ଦୁର୍ଗା ମାଧବ ମହାନ୍ତି ଓ ଶତ୍ରୁଘ୍ନ ରାଉତଙ୍କ ସମେତ କୃଷକ ସାଥୀ, ଜନ ପ୍ରତିନିଧି, ସରପଞ୍ଚ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ ବହୁ ସଂଖ୍ୟକ ଏସଏଚଜି ମହିଳା ସଦସ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ