ଅକ୍ଷିମୁଠି ଅନୁକୂଳ କଲେ ସାଂସଦ, ଜିଲା ବିଜେପି ସଭାପତି ଓ ବ୍ଳକ ଅଧ୍ୟକ୍ଷ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ମଙ୍ଗଳବାର ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବିଞ୍ଝା ଠାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ ଓ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଏହାକୁ ଅନୁକୂଳ କରିଥିଲେ । ଏହି ଅବସରରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶଙ୍କର୍ଷଣ ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲ । ଏଥିରେ ସାଂସଦ ଶ୍ରୀ ସେଠୀ ଯୋଗ ଦେଇ ରାଜ୍ୟରେ ମୋଦି ସରକାର କୃଷକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତାହା ବାସ୍ତବକ୍ଷେତ୍ରରେ ଲୋକ ମାନଙ୍କ ନିକଟରେ ପହଞ୍ôଚ ପାରୁନାହିଁ । ଏଥିରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି କହିଥିଲେ । ସେହିପରି ଜିଲା ବିଜେପି ସଭାପତି ଶ୍ରୀ ଧଳ ଯୋଗ ଦେଇ ଯେ ପର୍ଯ୍ୟନ୍ତ କୃଷି ଓ କୃଷକର ବିକାଶ ନହୋଇଛି ସେ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ହୋଇପାରିବ ନାହିଁ ବୋଲି କହିଥିଲେ । ବ୍ଳକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଯୋଗ ଦେଇ ଭାରତର ସଂସ୍କୃତି ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ । ଆଇଜଜୀବି ବନମାଳୀ ଜେନା, ବରଡେଶ୍ୱର ମଣ୍ଡଳ ସଭାପତି ଗୌରହରି ନନ୍ଦ, ମହତାବ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ଜିଲା ବିଜେପି ସାଧାରଣ ସଂପାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟାର ମହତ୍ୱ ସଂପର୍କରେ ଆଲୋକପାତ କରିଥିବା ବେଳେ ଜିଲା ବିଜେପି କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ତାପସ ଖଣ୍ଡେଇ, ଉଦ୍ଧବ ସେଠୀ, ଗଦାଧର ରାଉତ, ହରେକୃଷ୍ଣ ସେନାପତି, ନବ ବଳ, ଜିତେନ ସାହୁ, ରୋହିତ ବାଇ, ରଂଜନ ଜେନା, ଅମୂଲ୍ୟ ମଲ୍ଲିକ, କାଳନ୍ଦି ସେଠୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ