ଅକ୍ଷିଳ ଭାରତୀୟ ସ୍ୱତନ୍ତ୍ର ସେନାନୀ ଉତର ଦାୟଦ ସଂଯୁକ୍ତ ସଙ୍ଗଠନର ସ୍ୱତନ୍ତ୍ର ବୈଠକ

କେନ୍ଦ୍ରାପଡା : ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି ବିଚିତ୍ରାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ସଙ୍ଗଠନର ସମ୍ମିଳନୀ ଭୂବନେଶ୍ୱର ତା ୧୧.୦୨.୨୦୨୦ ରୁ ୧୩.୦୨.୨୦୨୦ରିଖର ସଫଳ ରୂପାୟନ ସଂପର୍କରେ ସମସ୍ତେ ଅନୁଭବ କରିବା ସହ ସଙ୍ଗଠନର ଉତରତର ଉନ୍ନତି କାମନା କରିଥିଲେ । ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମୀ ୰ଶ୍ରୀମତୀ ଝାମ୍ପୁରୀ ଦଳାଇ (୯୦)ଙ୍କ କିଛିଦିନ ପୂର୍ବରୁ ଦେହାନ୍ତ ହୋଇଥିବାରୁ ତାଙ୍କ ପାଇଁ ଶୋକ ପ୍ରକାଶ ଆଗତ କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଙ୍ଗଠନର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ବିଚିତ୍ରାନନ୍ଦ ନାୟକ ସଭାପତି, କୁଳମଣି ରାଉତ କାର୍ଯ୍ୟକାରୀ ସଭାପତି, ବାଉରି ବନ୍ଧୁ ଦାସ ଉପ ସଭାପତି, ପଦ୍ମନାଭ ଦାସ ସଂପାଦକ, ଦେବସ୍ମିତା ପରିଡା ସହ ସଂପାଦିକା, ରମେଶ ଚନ୍ଦ୍ର ପ୍ରଧାନ କୋଷାଧକ୍ଷ୍ୟ, ସଂଜୟ କୁମାର ଜେନା ସଂଯୋଜକ, କାର୍ଯ୍ୟକାରୀ କମିଟିର ସଭ୍ୟମାନେ ହେଲେ ଅକ୍ଷୟ କୁମାର ରାଉତ, ପ୍ରଦୀପ ଦାସ, ଦେବାଶିଷ ମଲ୍ଲିକ, କୁମାର ସତ୍ୟ ନାରାୟଣ ନାୟକ, କୈଳାସ ଚନ୍ଦ୍ର ମହାନ୍ତି, ଗୋଲକ ବିହାରୀ ପାତ୍ର, ନଳିନୀ ପ୍ରଭା ରାଉତ, ମିନତି ଦାସ ପ୍ରମୁଖ ଏବଂ ଉପଦେଷ୍ଟା ମଣ୍ଡଳୀ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସ, ମକର ଦାସ, ଅନିଲ ଚନ୍ଦ୍ର ଜେନା, ଫକିର ମୋହନ ଦାସ, ବିମ୍ବାଧର ମୁଦୁଲି । ଗତ ଜାତୀୟ ସମ୍ମୀଳନୀ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଉତରଦାୟଦ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ମାନପତ୍ର, ଫଳକ ଏବଂ ଉତରୀୟ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା । ବକ୍ତବ୍ୟରେ ତ୍ରିପାଠୀ ଉତରଦାୟଦ ମାନଙ୍କ କର୍ତବ୍ୟ ପରାୟଣ ସଂପର୍କରେ ଗୁରୁତ୍ୱାରୋପ କରି ସଙ୍ଗଠନ ପ୍ରତି ପ୍ରତିବର୍ଦ୍ଧିତା, କର୍ତବ୍ୟ ପରାୟଣ ଏବଂ ଉତରଦାୟଦ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଷାର ଘୋଷ, କୁଳମଣି ରାଉତ,ଜ୍ଞାନେନ୍ଦ୍ର ତ୍ରିପାଠୀ, ଅକ୍ଷୟ ରାଉତ,ସଂଜୟ ଜେନା, ରମେଶ ଚନ୍ଦ୍ର ପ୍ରଧାନ, ପଦ୍ମନାଭ ଦାସ ସଭା ସଙ୍ଗ ପରେ ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ଧର୍ମପତ୍ନୀ ୰ କୈଶଲ୍ୟା ଦେବୀଙ୍କ ୫୦ତମ ଶ୍ରାର୍ଦ୍ଧ ବାର୍ଷିକ ଅବସରରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶେଷରେ ବାଉରୀ ବଂଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ