ଅକ୍ଷୟଙ୍କୁ ପୂର୍ବତନ ଡାକୁ ମଲଖାନ୍ ସିଂହଙ୍କ ଚେତାବନୀ

ମୁମ୍ବାଇ: ବଲିଉଡର ଅନ୍ୟତମ ସଫଳ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ଖିଲାଡ଼ୀ କୁମାର ନାଁରେ ପରିଚିତ ଏହି ଅଭିନେତା ବିଭିନ୍ନ ଚରିତ୍ରରେ ଅଭିନୟ କରି ବେଶ୍ ସଫଳ ହୋଇଛନ୍ତି । ପ୍ରାୟ ୩୦ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିବା ଅକ୍ଷୟଙ୍କ ହାତରେ ଏବେବି ରହିଛି ଅନେକ ଫିଲ୍ମ । ତେବେ ତାଙ୍କର ନୂଆ ଫିଲ୍ମ “ପୃଥ୍ୱୀରାଜ୍ ଚୌହାନ୍’କୁ ନେଇ ଚମ୍ବଲର ପୂର୍ବତନ ଡାକୁ ମଲଖାନ୍ ସିଂହ ତାଙ୍କୁ ଚେତାବନୀ ଦେଇଛନ୍ତି । ଭାରତ ବର୍ଷର ଅନ୍ୟତମ ଯାଦ୍ଧା ତଥା ସମ୍ରାଟ୍ ପୃଥ୍ୱୀରାଜ୍ ଚୌହାନଙ୍କ ଜୀବନୀ ଉପରେ ଏ ଫିଲ୍ମ ତିଆରି ହେଉଥିବା ବେଳେ ସେଥିରେ କିଛି ତଥ୍ୟଗତ ତ୍ରୁଟି ନରଖିବାକୁ ମଲଖାନ୍୍ ତାଙ୍କୁ ଚେତାଇ ଦେଇଛନ୍ତି ।ସେ କହିଛନ୍ତି, ଏ ଫିଲ୍ମର କାହାଣୀରେ ତାଙ୍କର ପୂର୍ବଜ ଖେତ୍ ସିଂହଙ୍କ କଥାକୁ ମଧ୍ୟ ସ୍ଥାନିତ କରାଯାଉ । ଅକ୍ଷୟ କୁମାର ଏଭଳି ନକଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ । ମଲଖାନ୍ଙ୍କ କହିବା ଅନୁଯାୟୀ, ଖେତ୍ ସିଂହ ସମ୍ରାଟ୍ ପୃଥ୍ୱୀରାଜ୍ ଚୌହାନଙ୍କ ରାଜ ଦରବାରର ଜଣେ ପ୍ରମୁଖ୍ୟ ବ୍ୟକ୍ତି ଥିଲେ । ଏହା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେ ଏ ଫିଲ୍ମ ତିଆରି କରିବା ପୂର୍ବରୁ ଅକ୍ଷୟ ତାଙ୍କୁ ଆସି ଭେଟିବା ଦରକାର ବୋଲି କହିଥିଲେ ।ସୂଚନାଯୋଗ୍ୟ, “ପୃଥ୍ୱୀରାଜ ଚୌହାନ’ ଫିଲ୍ମରେ ଅକ୍ଷୟ ହିଁ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ଫିଲ୍ମଟି ଆସନ୍ତାବର୍ଷ ଦୀପାବଳୀରେ ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ