ଅକ୍ଷୟଙ୍କ ସହ ରୋମାନ୍ସ କରିବେ ବାଣୀ
ବାଜି ମାରିନେଲେ ୩୧ ବର୍ଷୀୟ ଅଭିନେତ୍ରୀ ବାଣୀ କପୁର। ହାତେଇଲେ ବଲିଉଡର ଖିଲାଡ଼ୀ ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମ। ପାଲଟିଲେ ଅକ୍ଷୟଙ୍କ ଆଗାମୀ ସିନେମା ‘ବେଲ୍ ବଟମ୍’ର ଲିଡ୍ ନାୟିକା। ଏବେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ବାଣୀ। ବାଣୀ ନିଜେ ଇନ୍ଷ୍ଟା ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି। ଅକ୍ଷୟଙ୍କ ସହିତ ଏକ ଫଟୋ ଅପଲୋଡ୍ କରି ସେ ଲେଖିଛନ୍ତି, ଏହି ପ୍ରୋଜେକ୍ଟକୁ ନେଇ ସେ ଖୁବ୍ ଉତ୍ସାହିତ ଅଛି। ଶୁଟିଂକୁ ଅପେକ୍ଷା କରିଛି। ପୂର୍ବରୁ ଏହି ଫିଲ୍ମରେ କ୍ରିତି ସେନନ୍ଙ୍କ ଭଉଣୀ ନୁପୂର ସେନନ୍ଙ୍କୁ କାଷ୍ଟ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା। ନୁପୂର ଏହା ଜରିଆରେ ବଲିଉଡ ଡେବ୍ୟୁ କରିବେ ବୋଲି ଶୁଣାଯାଉଥିଲା। ହେଲେ ଏବେ ବାଣୀ ବାଜି ମାରିନେଇଛନ୍ତି। ଏହା ମାଧ୍ୟମରେ ଅକ୍ଷୟ-ବାଣୀଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ୍ରେ ଦେଖିବାକୁ ମିଳିବ। ରଞ୍ଜିତ ଏମ୍ ତିୱାରୀ ‘ବେଲ୍ ବଟମ୍’ର ନିର୍ଦେଶନା ଦେଉଛନ୍ତି। ଏହି ଫିଲ୍ମର କାହାଣୀ ଅସୀମ ଅରୋରା ଏବଂ ପରଭେଜ ଶେଖ୍ ଲେଖିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ୨ରେ ଫିଲ୍ମଟି ମୁକ୍ତିଲାଭ କରିବାର ଯୋଜନା ରହିଛି।


