ଅକ୍ଷୟ ତୃତୀୟାରେ ହଳ ଲଙ୍ଗଳ ଧରିଲେ ବିଡ଼ିଓ

ହିଂଜିଳିକାଟୁ, (ଶେଷଦେବ ସାହୁ) : ସ୍ଥାନୀୟ ସହକାରୀ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ଅକ୍ଷୟ ତୃତୀୟା ଅବସରରେ ବ୍ଳକ ସ୍ତରୀୟ କୃଷକ ଦିବସ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ହିଂଜିଳିକାଟୁ ବ୍ଳକ ସାରୁ ସ୍ଥିତ ସରକାରୀ ଫାର୍ମର ଚାଷ ଜମିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥଇଲା । ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଯୋଗଦେଇ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟାରମ୍ଭ କରିବା ସହ ଅକ୍ଷିମୁଠି ଅନୁକୂଳ କରିଥିଲେ । ପରବର୍ତି ସମୟରେ ସ୍ଥାନୀୟ ବ୍ଳକ ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ କୃଷି ସର୍ମ୍ପକିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଚୃଷି ଓ କୃଷକର ଉନ୍ନତି ସକାଶେ ମଂଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ସ୍ଥାନୀୟ ବ୍ଳକର ଶତାଧିକ ଚାଷୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଏଫଓ ସୂର୍ଯ୍ୟକାନ୍ତ ବାରିକ, ସମିରକାନ୍ତ ଆଚାର୍ଯ୍ୟ, ସବିତା ସାହୁ, ମମତା ସାହୁ, ମୁନି ବାଇ, ଅର୍ଚ୍ଚନା ନାୟକ, ରାଧାରାଣୀ ସୁବୁଦ୍ଧି, ଶଙ୍କର ପ୍ରସାଦ ପଟ୍ଟନାୟକ, ପଂଚୁ କୁମାର ସାହୁ, ବିଏଲଟି ପ୍ରଶାନ୍ତ କୁମାର, ନନ୍ଦ ପ୍ରକାଶ ନାୟକ, ଭଗବାନ ଗୌଡ଼ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ