ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ ଜିଲ୍ଲାପାଳ

ବାଲେଶ୍ୱର : ଉକ୍ରଳୀୟ ଧର୍ମ, ସଂସ୍କୃତି ଓ ପରମ୍ପରାରେ ଆଧାରିତ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଏକ ପବିତ୍ର ଦିବସ ଭାବେ ପୁରପଲ୍ଲୀରେ ପରିଚିତ । ଏହା ଏକ କୃଷି ଭିତ୍ତିକ ପର୍ବ । ଏହାକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ । କୃଷମାନେ ଏହି ତିଥିରେ ପାରମ୍ପାରିକ ଉତ୍ସବ ମଧ୍ୟରେ ଧାନ ବୁଣା ଆରମ୍ଭ କରିଥାଆନ୍ତି । ଏଣୁ ଏହି ତିଥିକୁ ଅକ୍ଷୟ ତୃତୀୟା ତିଥି କୁହାଯାଉଥିବା ବେଳେ ଏହି ତିଥିରେ ଯେଉଁସବୁ ଶୁଭକାର୍ଯ୍ୟ କରାଯାଇଥାଏ ତାହା ମଙ୍ଗଳଦାୟକ ଓ ଶୁଭପ୍ରଦ ହୋଇଥାଏ ବୋଲି ପ୍ରବାଦ ରହିଛି । ବିଶ୍ୱାସର ସହିତ ଚାଷୀଭାଇମାନେ ଏହି ପର୍ବ ପାଳନ କରିବା ସହିତ କୃଷକମାନଙ୍କର ନୂତନ ପଞ୍ଜିକା ଏହି ତିଥିଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା (କୃଷକ ଦିବସ) ପାଳନ କରାଯାଇଛି । ରେମୁଣା ବ୍ଲକ ଅନ୍ତର୍ଗତ ସେରଗଡଠାରେ ଥିବା କୃଷି ଫାର୍ମ ପରିସରରେ ଆଜି ଏହି ଦିବସ ପାଳନ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ରମେଶ ତନ୍ଦ୍ର ରାଉତ ଅଖିମୁଠି ଅନୁକୂଳ କରିଥିଲେ । ଆୟୋଜିତ ଉତ୍ସବରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପରିଡା, ଡିଆରସିଏସ ସନ୍ତୋଷ କୁମାର ମହାନ୍ତି, ଉପଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ଲେଙ୍କା, ବିହନ ଉତ୍ପାଦନ ଅଧିକାରୀ ଚନ୍ଦ୍ରଶେଖର ପାଢୀ, ମୃତ୍ତିକା ରସାୟନବିତ୍ ଧ୍ରିବଚରଣ ମହାନ୍ତି, କ୍ଷେତ୍ର ବିଶେଷଜ୍ଞ ଶ୍ରୀଧର ଦାସ, ଓଡିଶା କୃଷି ଶିଳ୍ପ ନିଗମ ଜିଲ୍ଲା ପରିଚାଳକ ଗୋଲକଚନ୍ଦ୍ର ବେହେରାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ