ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ ପାଇଁ କାଠ ପୂଜା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯିବ, ଏହି ପରିପ୍ରକ୍ଷିରେ ଆଜି ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ତିନୋଟି ରଥ ନିର୍ମାଣ ନିମନ୍ତେ କାଠ ପୂଜା ମନ୍ଦିରର ଯଥା ରୀତିନୀତି ଅନୁସାରେ ତଥା କଡା ସୁରକ୍ଷା ଓ ସାମାଜିକ ଦୂରତ୍ୱ ରକ୍ଷା କରି ଏବଂ ମାସ୍କ ପିନ୍ଧି ପୂଜାର୍ଚ୍ଚନା କରାଯାଇଛି l ଏତଦ ବ୍ୟତୀତ ମନ୍ଦିର ପରିସର ମଧ୍ୟରେ ମା’ବିମଳାଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ମଧ୍ୟ ଦିଆଯାଇଛି l ଏହା ସହ ଖୁବ ଶିଘ୍ର ରାଧାକୃଷ୍ଣ ଓ ରାମ ମନ୍ଦିର ମଧ୍ୟ ନିର୍ମାଣ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ଟ୍ରଷ୍ଟି ମଧୁସୂଦନ ଦାଶ ପ୍ରକାଶ କରିଛନ୍ତି l ଏଥିରେ ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, ପାଟଖଣ୍ଡା ମନ୍ଦିର ସମ୍ପାଦକ ଶ୍ରୀନିବାସ ପାତ୍ର, ସୀତାରାମ ଦାଶ, କୁନୁ ପାଢ଼ୀ ସିଟୁ ଦୋରା, ଟୁଟୁ ଆଚରି, ମନ୍ଦିର ମିସ୍ତ୍ରୀ ନାରାୟଣ ମହାରଣା, ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ଓ ବାବୁଲା ପାଣି ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପି ଥିବା ମହାମାରି କରୋନା ରୋଗ ଯେପରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମୂଳେ ନାଶ ହୋଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇପାରିବ ସେ ନେଇ ସମସ୍ତେ ପାର୍ଥନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ