ଅକ୍ଷୟ ଶକ୍ତି ଉତ୍ସ ଯୋଗୁ ଉପଭୋକ୍ତାଙ୍କ ବିଦ୍ୟୁତ୍ ବୋଝ କମ୍ ହେବା ସମ୍ଭାବନା

ଭୁବନେଶ୍ୱର, (ୱାଇଏନ୍ଏସ୍):ଅକ୍ଷୟ ଶକ୍ତିି ଉତ୍ସ କ୍ଷେତ୍ରରେ ଭାରତ ବେଶ୍ ଅଗ୍ରଗତି କରିବାରେ ଲାଗିଛି । ୨୦୧୦ ଜୁନ୍‌ରେ ଦେଶର ଅକ୍ଷୟ ଶକ୍ତି ଉତ୍ସର ଉତ୍ପାଦନ କ୍ଷମତା ୧୭.୫ ଗିଗାୱାଟ୍ ଥିବାବେଳେ ୧୦ ବର୍ଷ ପରେ ଏବେ ଏହା ୬୫ ଗିଗାୱାଟ୍‌ରେ ପହଂଚିଛି । ଅକ୍ଷୟ ଶକ୍ତି ଉତ୍ସର ଉତ୍ପାଦନ ବୃଦ୍ଧି ପାଇବାରୁ ଉପଭୋକ୍ତାଙ୍କ ବିଦ୍ୟୁତ୍ ବୋଝ କମ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଦେଶରେ କୋଇଲା ଏବଂ ତରଳ ହାଇଡ୍ରୋକାର୍ବନ ଉପରେ ନିର୍ଭରଶୀଳତା କମାଇବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା(ଆଇଇଏ) ଅନୁସାରେ ସମ୍ପ୍ରତି ବିଶ୍ୱସ୍ତରରେ ଅକ୍ଷୟ ଶକ୍ତି ଉତ୍ସର ଉତ୍ପାଦନ କ୍ଷମତା ମୋଟ ଶକ୍ତି ଉତ୍ସର ୨୬ ପ୍ରତିଶତ ରହିଛି । ୨୦୨୪ ସୁଦ୍ଧା ଏହା ୩୦ ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅକ୍ଷୟ ଶକ୍ତି ଉତ୍ସର ଉତ୍ପାଦନ ବୃଦ୍ଧି ପାଇଲେ ଏହାର ସିଧାସଳଖ ସକାରାତ୍ମକ ପ୍ରଭାବ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପଡ଼ିବ । ଦୀର୍ଘ ୧୦ ବର୍ଷ ଧରି ଉପଭୋକ୍ତାଙ୍କ ବଢୁଥିବା ବିଦ୍ୟୁତ୍ ବୋଝ ହ୍ରାସ ପାଇବାର ଆଶା ରହିଛି । ଏବେ ନୂଆ, ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଉତ୍ସ ପ୍ରତି ଧୀରେଧୀରେ ପ୍ରତିଟି କ୍ଷେତ୍ରରେ ଆଗ୍ରହ ସୃଷ୍ଟି ହୋଇଛି । ୨୦୧୮-୧୯ରେ ଅକ୍ଷୟ ଶକ୍ତି ଉତ୍ସ ଭାରତରେ ଗ୍ରୀଡ୍ ଅନୁରୂପତା ମାନ୍ୟତା ହାସଲ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଗତ ୧୦ ବର୍ଷ ଧରି ଅକ୍ଷୟ ଶକ୍ତି ଉତ୍ସର ଦାମ କମିବାରେ ଲାଗିଛି । ସମ୍ପ୍ରତି ବିକଳ୍ପ ଶକ୍ତି କ୍ଷେତ୍ରରେ ଡିସକମ୍‌, କ୍ୟାପ୍‌?ଯିଭ୍ ପାୱାର ପ୍ଲାଂଟ୍‌ର ଆବଶ୍ୟକତା ରହିଛି । ଏହା ଦ୍ୱାରା ସବୁଜ ବିଦ୍ୟୁତ୍ ଶକ୍ତି ଉତ୍ସର ଅକ୍ଷୟ ଶକ୍ତି ସାର୍ଟିଫିକେଟ(ଆର୍‌ଇସି) କିଣାଯାଇ ପାରୁଛି । ଯାହାଦ୍ୱାରା ରେନେୱବୁଲ୍ ପାୱାର ପର୍ଚେସ୍ ଓବ୍ଲିଗେଶନ (ଆର୍‌ପିଓ) ସମ୍ପନ୍ନ ହୋଇପାରୁଛି । ଆର୍‌ଇସି ଏକ ମାର୍କେଟ୍ ବେସଡ୍ ଇନଷ୍ଟ୍ରୁମେଂଟ୍ ଯାହାକି ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଛି । ଯାହାଦ୍ୱାରା ଅକ୍ଷୟ ଶକ୍ତି ଉତ୍ସର ବିକାଶ ସମ୍ଭବ ହୋଇପାରିବ । ଫଳରେ କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ ଏବଂ ଡିସକମ୍ ଆଦି ରେନେୱବୁଲ୍ ପାୱାର ପର୍ଚେସ୍ ଓବ୍ଲିଗେଶନ (ଆର୍‌ପିଓ) ଅନ୍ତର୍ଗତ ଅକ୍ଷୟ ଶକ୍ତି ଉତ୍ସ ନ ଥିବା ଅବା ୨୭୦ ଦିନର ସୂର୍ଯ୍ୟାଲୋକ ପଡୁଥିବା ଅଂଚଳ କିମ୍ବା ଉପକୂଳ ଅଂଚଳରେ ମେଘୁଆ ପାଗ ସତ୍ୱେ ବିଦ୍ୟୁତ୍ ଉପଲବ୍ଧ ସମ୍ଭବ ହୋଇପାରିବ ।ରିନେୱବୁଲ୍ ପାୱାର ପର୍ଚେସ୍ ଓବ୍ଲିଗେଶନ (ଆର୍‌ପିଓ) ଦ୍ୱାରା ଅକ୍ଷୟ ଶକ୍ତି ଉତ୍ସର ବିକାଶ ସମ୍ଭବ ହୋଇପାରିବ । ସୋଲାର ଆର୍‌ଇସି ଦାମ ୟୁନିଟ୍ ପିଛା ୨.୨୫ ଟଙ୍କା ଥିବାବେଳେ ସୋଲା ପାୱାର ଯାହାକି ପାୱାର ସହିତ ଆର୍‌ଇସି ସାର୍ଟିଫିକେଟ ଯୁକ୍ତ, ତାହାର ଦାମ ୨୦୧୭-୧୮ ଆର୍ଥିକ ବର୍ଷରେ ହାରାହାରି କିଲୋୱାଟ୍‌ଘଂଟା ପ୍ରତି ୨.୫୦ଟଙ୍କାରେ ନିଲାମ କରାଯାଇଛି ।ଏସମ୍ପର୍କରେ ରେଗୁଲେଟାରୀ ଏକ୍ସପର୍ଟ ଏବଂ କନସଲଟାଂଟ୍ ମନିଶ୍ ଗର୍ଗ କୁହନ୍ତି, ଭାରତରେ ଅକ୍ଷୟ ଶକ୍ତି ଉତ୍ସର ଉତ୍ପାଦନ କ୍ଷମତା ବଢ଼ିଲେ ଏହାର ପରୋକ୍ଷ ପ୍ରଭାବ ଉପଭୋକ୍ତାଙ୍କ ଉପରେ ହିଁ ପଡ଼ିବ । ସେମାନେ ବିଦ୍ୟୁତ୍ ପାଇଁ ପୈଠ କରୁଥିବା ଅଧିକ ଦାମ କମିଯିବାର ଆଶା ରହିବ । ଅକ୍ଷୟ ଶକ୍ତି ଉତ୍ସର ଉତ୍ପାଦନ ମୂଲ୍ୟ କମିଲେ ଉପଭୋକ୍ତାମାନେ ବେଶ୍ ଉପକୃତ ହୋଇ ପାରିବେ । ଏହାଦ୍ୱାରା ନିବେଶକ ଏବଂ ଉପଭୋକ୍ତା ଲାଭାନ୍ୱିତ ହୋଇପାରିବେ । ଉପଭୋକ୍ତାଙ୍କ ଅନାବଶ୍ୟକ ଖର୍ଚ୍ଚ କମିଯିବାର ସମ୍ଭାବନା ରହିବ । ଆର୍‌ଇସିର ସଂଶୋଧନ ମୂଲ୍ୟ ନିର୍ଦ୍ଧାରଣ କରିବାରେ ବିଳମ୍ବ ହେଲେ ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ବଢ଼ିଯିବ । ଉପଭୋକ୍ତା ଅତିରିକ୍ତ ଚାର୍ଜ ଏବଂ ଟ୍ୟାକ୍ସ୍ ଦ୍ୱାରା ପ୍ରଭାବିତ ହେବେ । ସେଂଟ୍ରାଲ ଇଲେକ୍ଟ୍ରିକ୍ କମିଶନ ଫ୍ଲୋର ଏବଂ ଫୋରବିଏରେନ୍ସ୍ ଦାମ ସଂଶୋଧନରେ ବିଳମ୍ବ କଲେ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ରହିଛି । ପୂର୍ବରୁ ସେଂଟ୍ରାଲ ଇଲେକ୍ଟ୍ରିକ୍ କମିଶନ ଫ୍ଲୋର ଦାମ ସୋଲାର ଏବଂ ଅଣ-ସୋଲାର କ୍ଷେତ୍ରରେ ଦାମ ୧,୦୦୦ଟଙ୍କାରୁ ଶୂନ୍ୟକୁ କମାଇ ଥିଲେ । ସେହିପରି ଫୋରବିଏରେନ୍ସ୍ ଦାମ ସୋଲାର ଏବଂ ଅଣ-ସୋଲାର କ୍ଷେତ୍ରରେ ଯଥାକ୍ରମେ ୨,୪୦୦ ଟଙ୍କା ଏବଂ ୩,୦୦୦ ଟଙ୍କାରୁ ୧,୦୦୦ଟଙ୍କାକୁ କମାଇ ଦିଆଯାଇଥିଲା । ତେବେ ଏହା ୨୦୦୩ ବିଦ୍ୟୁତ୍ ଅଧିନିୟମର ଉଲ୍ଲଂଘନ କରୁଛି । ଏହି ଅଧିନିୟମ ବିଦ୍ୟୁତ୍ ଶିଳ୍ପର ବିକାଶ ପାଇଁ ଅନିବାର୍ଯ୍ୟ ହୋଇଥିବାବେଳେ ଏହାଦ୍ୱାରା ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଅଂଚଳରେ ବିଦ୍ୟୁତ୍ ଯୋଗାଣ ସମ୍ପନ୍ନ ହୋଇପାରିଥାଏ । ସେହିପରି ଏହି ଅଧିନିୟମ ମାଧ୍ୟମରେ ବିଦ୍ୟୁତ୍ ମୂଲ୍ୟ, ସ୍ୱଚ୍ଛ ସବସିଡ୍ ନୀତି,କ୍ଷମତା ଏବଂ ପରିବେଶ ନିୟାମକର ପ୍ରତିପାଳନ ହୋଇଥାଏ । ମାର୍କେଟ ଆଧାରରେ ଉପଭୋକ୍ତାଙ୍କ ସମସ୍ୟା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏହା ଆର୍‌ଇସିର ନକାରାତ୍ମକ ମୂଲ୍ୟାୟନ ଯୋଗୁ ସୃଷ୍ଟି ହୋଇଛି । ଯାହାକି ୨୦୧୫ରେ କୋଇଲା ଖଣି ବିଡିଂ ସମୟରେ ପ୍ରଚଳନ କରାଯାଇଥିଲା । ଏହି ପ୍ରଣାଳୀରେ ରିଭର୍ସ ଅକ୍ସନ୍ ଯୋଗୁ ପଜିଟିଭ୍ ମୂଲ୍ୟାୟନରେ କ୍ୱୋଟ ଡିସକାଂଉଟ୍ ଉପଲବ୍ଧ ହୋଇଥାଏ । ମାତ୍ର ଡିସକାଉଂଟ୍ ଶୂନ୍ୟ ହେଲେ ବିଡରଙ୍କୁ ଅତିରିକ୍ତ କ୍ୱୋଟ ପ୍ରିମିୟମ ଦେବାକୁ କୁହାଯାଇଥାଏ । ଆର୍‌ଇସି ମୂଲ୍ୟସ୍ପିତୀ ଯୋଗୁ ବୋଝ ବଢ଼ିବାରେ ଲାଗିଛି । ସୋଲାର ଆର୍‌ପିଓ ମାର୍କ ଟୁ ମାର୍କେଟ(ଏମ୍‌ଟିଏମ୍‌) ମୂଲ୍ୟାୟନର ଆବଶ୍ୟକତା ରହିଛି । ୱିଣ୍ଡ୍ ଏବଂ ସୋଲାର ଏନର୍ଜି କ୍ଷେତ୍ରରେ ଅଧିକ ଆର୍‌ଇସି ଦେବାର ଆବଶ୍ୟକତା ରହିଛି । ସମ୍ପ୍ରତି ଡିସକମ୍ ଅଧିକ ଆର୍ଥିକ ଚାପରେ ରହିଛନ୍ତି । ତେଣୁ ବର୍ତମାନର କମ୍ ଆର୍‌ଇ ମୂଲ୍ୟ ପାଇଁ ସରକାର ଆର୍‌ଇ ସାର୍ଟିଫିକେଟ ଲାଗି ନେଗେଟିଭ୍ ମୂଲ୍ୟାୟନ କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଦୀର୍ଘ ୧୦ ବର୍ଷ ଧରି ଅଧିକ ବିଦ୍ୟୁତ୍ ବିଲ୍ ପୈଠ କରୁଥିବା ଉପଭୋକ୍ତା ଉପକୃତ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ