ଅଖାରୁ ନବବଧୁର ଗଳିତ ଶବ ଉଦ୍ଧାର

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍); ଗଂଜାମ ଜିଲ୍ଳା ତାରସିଂଙ୍ଗ ଥାନା ଅନ୍ତର୍ଗତ କିରିଞ୍ଜିଆ ଜଙ୍ଗଲରୁ ଜଣେ ନବବଧୁର ଗଳିତ ଶବକୁ ଅଖାରୁ ଉଦ୍ଧାର କରିଛି ପୋଲିସ । ଇହକାଳ ପରକାଳକୁ ସାଖିରଖି ବିବାହ କରିଥିବା ସ୍ୱାମୀ ନିଜର ସ୍ତ୍ରୀ କୁ ହତ୍ୟାକାରୀ ଫୋପାଡିସ ଦେଇଥିବା ସ୍ୱାମୀ ପୋଲିସ ନିକଟରେ ସ୍ୱୀକାର କରିଛି । ମିଳିଥିବା ଖବର ଅନୁଯାୟୀ ବୁଗୁଡାର ପାଣି କେଶର ଗ୍ରାମର ଝିଅ ଭଗବାନପୁର ଗ୍ରାମର ଶରତ ଗୈାଡଙ୍କୁ ଧର୍ମୀୟ ରିତିନୀତି ଅନୁଯାୟୀ ବିବାହ କରିଥିଲେ । ଗତକିଛି ଦିନ ହେଲା ଝିଅର ପତା ନମିଳିବାରୁ ମା ମାଗୁତଣି ଗୈାଡ ବୁଗୁଡା ଥାନାରେ ୫.୧୦.୧୯ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ସ୍ୱାମୀ ଶରତଙ୍କୁ ଥାନାକୁ ଆଣି ପଚାରା ଉଚାରା ସମୟରେ ସ୍ତ୍ରୀ ଶୁଭ୍ରଶ୍ରୀଙ୍କୁ ହତ୍ୟାକରିଥିବା ସ୍ୱାମୀ ସ୍ୱୀକାର କରିଛି । ଆଜି ସକାଳୁ ତାରସିଙ୍ଗି କିରିଞ୍ଜିଆ କିରିଆମ୍ବା ଜଙ୍ଗଲରୁ ଅଖା ରେ ଭର୍ତ୍ତିକରି ଫିଙ୍ଗିଥିବା ସ୍ଥାନକୁ ଚିହ୍ନଟ କରିବା ସହ ଝିଅର ମୁଣ୍ଡ ଖପୁରି ହାଡ ଜବତ କରିଛି ।ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ